www.samajalive.in
Saturday, December 6, 2025
15.1 C
Bhubaneswar

ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ

ମାଲକାନଗିରି : ଏସାର ପାଇପ ଲାଇନକୁ ମାଓବାଦୀମାନେ ବିସ୍ଫୋରଣ କରିଛନ୍ତି। ଛତିଶଗଡ଼ର ବଇଲାଡ଼ିଲାରୁ ଆନ୍ଧ୍ରର ବିଶାଖାପାଟଣାକୁ ଏହି ପାଇପଲାଇନ ଯୋଗେ ଲୁହାପଥର ଯାଉଥିବାବେଳେ ରାଲେଗାଡ଼ା ପଞ୍ଚାୟତ ଡ଼ିକ ଜାନବାଇଠାରେ ବିସ୍ଫୋରଣ ଯୋଗୁଁ ଖଣିଜ ପଦାର୍ଥ ରପ୍ତାନି ଅଟକିଯାଇଛି। ଫଳରେ ୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କମ୍ପାନୀର ଆକଳନ କରିଛି। ଆସନ୍ତା ୨୫ ତାରିଖ ଠାରୁ କେନ୍ଦ୍ର ସରକାରଙ୍କ ଅପରେସନ ‘ଦମନ’କୁ ବିରୋଧ କରି ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଥିବା ସେଠାରେ ଛାଡ଼ି ଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଏହା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପୁଲିସ ପହଞ୍ଚି ପାରି ନଥିବା ଜଣାପଡ଼ିଛି। ପୂର୍ବରୁ ପ୍ରାୟ ଚାରିଥର ମାଓବାଦୀ ଏସାର କମ୍ପାନୀ ପାଇପ ଲାଇନ ବିସ୍ଫୋରଣ କରିଥିବା ବେଳେ ପଞ୍ଚମଥର ପାଇଁ ଏଭଳି କାଣ୍ଡ ଆତଙ୍କ ସୃଷ୍ଟି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories