www.samajalive.in
Sunday, December 14, 2025
18.1 C
Bhubaneswar

ବିଦେଶରେ ଇସ୍କନ ରଥଯାତ୍ରା: ନନ୍ଦିଘୋଷ ଆକୃତି ରଥକୁ ନେଇ ବିବାଦ

ପୁରୀ : ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ରଥଯାତ୍ରା ଅୟୋଜନ କରିଛି ଇସ୍କନ। ଏହି ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିବର୍ତ୍ତେ ଶ୍ରୀକୃଷ୍ଣ ଓ ନିତାଇ ଗୌରଙ୍କୁ ବିଜେ କରାଯାଇଥିଲା। ଶତାଧିକ ଇସ୍କନ ଭକ୍ତ ସେଥିରେ ଯୋଗଦେଇ ହରିନାମ ସଂକୀର୍ତ୍ତନ କରିବା ସହ ରଥ ଟାଣିଥିଲେ। ତେବେ ନନ୍ଦିଘୋଷ ରଥ ଆକୃତିର ରଥ ନିର୍ମାଣ କରାଯାଇଥିବାରୁ ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବ୍ୟବସାୟିକ ଉଦ୍ଦେଶ୍ୟରେ ଇସ୍କନ ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ଏଭଳି କରୁଥିବା ଅଭିଯୋଗ ହୋଇଛି। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ବ୍ୟବହୃତ ହେଉଥିବା ନାଲି ଓ ହଳଦିଆ ରଙ୍ଗର କନା ଇସ୍କନ ରଥଯାତ୍ରାରେ ବ୍ୟବହାର କରାଯାଇଛି।
ଇସ୍କନର ଅଦିନିଆ ରଥଯାତ୍ରାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସମେତ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଖୋଲାଖୋଲି ବିରୋଧ କରିଥିଲେ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ରୀତିନୀତି ଅନୁଯାୟୀ ନିର୍ଦ୍ଧାରିତ ତିଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରିବାକୁ ଗଜପତି ମହାରାଜା ଚିଠି ଲେଖି ପରାମର୍ଶ ଦେଇଥିଲେ। ତଥାପି ଇସ୍କନ ନିଜ ଜିଦ୍‌ରେ ଅଟଳ ରହିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଶ୍ରୀ ଦେବ ଚେତାବନୀ ଦେଇଥିଲେ। ବିଭିନ୍ନ କ୍ଷେତ୍ରରୁ ଚାପ ପଡିବା ପରେ ଇସ୍କନ ଅଦିନିଆ ରଥଯାତ୍ରା ପାଳନ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରିବର୍ତ୍ତେ ଗୌର ନିତାଇ ସଙ୍କୀର୍ତ୍ତନ ଯାତ୍ରା କରାଯିବ ବୋଲି ଇସ୍କନ ଘୋଷଣା କରିଥିଲା।
ଏସବୁ ସତ୍ତ୍ୱେ ଇସ୍କନ ଶନିବାର ଆମେରିକାର ହ୍ୟୁଷ୍ଟନ ସହରରେ ଗୌର ନିତାଇ ଯାତ୍ରାରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବ୍ୟବହୃତ ନନ୍ଦିଘୋଷ ରଥ ଆକୃତିର ରଥ ବ୍ୟବହାର କରି ପୁଣିଥରେ ବିବାଦ ଘେରକୁ ଆସିଛି। ତେଣୁ ଇସ୍କନ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଅନେକ ଭକ୍ତ ଦାବି କରିଛନ୍ତି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିଯେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଗଜପତି ମହାରାଜା ନିଜେ ଚିଠି ଲେଖି ଇସ୍କନକୁ ପରାମର୍ଶ ଦେଇଥିଲେ। ଏହାସତ୍ତ୍ୱେ ଇସ୍କନ ଯଦି ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟ କରିଥାଏ, ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହାକୁ ରାଜ୍ୟ ସରକାର ସମର୍ଥନ କରିବେ। ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାରକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories