www.samajalive.in
Saturday, December 6, 2025
26.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟ: ବିଳମ୍ବ ହେଉଥିବା ପରୀକ୍ଷାଫଳକୁ ଶୀଘ୍ର ପ୍ରକାଶନ ପାଇଁ  କୁଳପତିଙ୍କ ସହ ଆଲୋଚନା କଲେ ସାଂସଦ ଅନନ୍ତ ନାୟକ

କେନ୍ଦୁଝରଗଡ: କେନ୍ଦୁଝର ସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ହେଉଥିବା ପ୍ରସଙ୍ଗକୁ ନେଇ କେନ୍ଦୁଝର ସାଂସଦ ଅନନ୍ତ ନାୟକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସହ ଶନିବାର ଦିନ  ଆଲୋଚନା କରିଛନ୍ତି ।
 ଶ୍ରୀ ନାୟକ ଆଲୋଚନା ବେଳେ କହିଥିଲେ  ଯେ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ କାରଣରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ତାଙ୍କୁ ଅବଗତ କରାଉଛନ୍ତି ।  ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବାକୁ  ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ନାୟକ କୁଳପତିଙ୍କୁ କହିଥିଲେ । ଅନ୍ୟ ପକ୍ଷରେ  କୁଳପତି ପ୍ରଫେସର ମହାନ୍ତି ମଧ୍ୟ ଯଥା ଶୀଘ୍ର ପରୀକ୍ଷା ଫଳ ପ୍ରକାଶନ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର  ପରୀକ୍ଷା ଫଳ ପ୍ରକାଶନ ପ୍ରକ୍ରିୟାକୁ ଅନଲାଇନ କରିବା ସହ ଆଧୁନିକ ଟେକ୍ନୋଲଜୀ ବ୍ୟବହାର କରି ପାରଦର୍ଶୀ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣା ପଡିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ହୋଇ ସାରିଥିବା ବେଳେ ତୃତୀୟ ସେମିଷ୍ଟର ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏହା ସତ୍ୱେ ଗୋଟିଏ ହେଲେ ସେମିଷ୍ଟରର ପରୀକ୍ଷା ଫଳ ପ୍ରକାଶିତ ହୋଇ ନାହିଁ ।  ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଉଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories