www.samajalive.in
Saturday, December 6, 2025
16.1 C
Bhubaneswar

ମସ୍କୋ ଉପରେ ୟୁକ୍ରେନର ସବୁଠୁ ବଡ଼ ଆକ୍ରମଣ, ୩ ବିମାନବନ୍ଦରରେ ଉଡ଼ାଣ ବାଧାପ୍ରାପ୍ତ

କିଭ୍: ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ମସ୍କୋ ଉପରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଆକ୍ରମଣ କରିଛି ୟୁକ୍ରେନ। ରବିବାର ୟୁକ୍ରେନ ପ୍ରାୟ ୩୪ଟି ଡ୍ରୋନ୍‌ ଜରିଆରେ ମସ୍କୋ ଉପରେ ଆକ୍ରମଣ କରିଛି। ୨୦୨୨ ମସିହାରେ ଯୁଦ୍ଧ ଆରମ୍ଭରୁ ରୁଷ୍‌ର ରାଜଧାନୀ ଉପରେ ଏହା ସବୁଠାରୁ ବଡ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି। ଏହି କାରଣରୁ ରୁଷ୍‌ର ତିନୋଟି ପ୍ରମୁଖ ବିମାନବନ୍ଦରରୁ ବିମାନ ଚଳାଚଳର ଗତିପଥ ବଦଳାଇବାକୁ ପଡ଼ିଛି। ଏଥିରେ ଅତି କମ୍‌ରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ରବିବାର ତିନି ଘଣ୍ଟା ମଧ୍ୟରେ ପଶ୍ଚିମ ରୁଷ୍‌ର ଅନ୍ୟାନ୍ୟ ଅଞ୍ଚଳରେ ୩୬ଟି ଡ୍ରୋନକୁ ନଷ୍ଟ କରିଛି।

ୟୁକ୍ରେନ କହିଛି ଯେ, ରୁଷ୍‌ ମଧ୍ୟ ୧୪୫ଟି ଡ୍ରୋନ୍‌ରେ ପ୍ରତ୍ୟାକ୍ରମଣ କରିଛି। କିଭ୍ କହିଛି ଯେ, ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୬୨ଟି ଡ୍ରୋନକୁ ନଷ୍ଟ କରି ତଳକୁ ଖସାଇ ଦେଇଛି।

- Advertisement -

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories