www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଆ ଶିଖିବେ ପ୍ରବାସୀ – ଆରମ୍ଭ ହେବ ସାର୍ଟିଫିକେଟ ପାଠ୍ୟକ୍ରମ

ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ଯେପରି ପ୍ରାଞ୍ଜଳ ଓଡ଼ିଆ କହିପାରିବେ ଏବଂ ନିର୍ଭୁଲ ଓଡ଼ିଆ ପଢ଼ିପାରିବେ ସେ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓକାକ ସହଯୋଗରେ ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଏଥିପାଇଁ ଓଡ଼ିଶା ପରିବାର କାର୍ଯ୍ୟ କରୁଛି। ବିଶେଷକରି ଆସନ୍ତା ଜାନୁଆରୀରୁ ପ୍ରବାସୀ ଭାରତୀୟ ଉତ୍ସବ ହେବାକୁ ଥିବାବେଳେ ସ୍ବତନ୍ତ୍ର ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହେବ ଏବଂ ଓଡ଼ିଆ ଆପ୍‌ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଆଭାସିରେ ବର୍ଣ୍ଣବୋଧ ପଢ଼ିବା ନେଇ ଯୋଜନା କରାଯାଉଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଲକ୍ଷାଧିକ ଓଡ଼ିଆ ଏବେ ଦେଶ ବାହାରେ ରହିଛନ୍ତି। ସେଠାରେ ଓଡ଼ିଆ ସୋସାଇଟି କରି ବିଭିନ୍ନ ଓଡ଼ିଆ ପର୍ବପର୍ବାଣି ଓ ଅନ୍ୟାନ୍ୟ ଉତ୍ସବ ମଧ୍ୟ ପାଳନ କରୁଛନ୍ତି। ଏ ଦିଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ପ୍ରବାସୀ ଓଡ଼ିଆ କିଭଳି ଅଧିକ ମାତ୍ରାରେ ଓଡ଼ିଆ ମନସ୍କ ହେବେ ଏବଂ ସେମାନଙ୍କ ପିଲାମାନେ ଓଡ଼ିଆ ଭାଷା ଜାଣିବେ ସେଥିପାଇଁ ଯୋଜନା କରାଯାଉଛି। ଏନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ଓଡ଼ିଶା ପରିବାର କାର୍ଯ୍ୟ କରୁଛି। ଆସନ୍ତା ଜାନୁଆରୀ ୮ରୁ ୩ ଦିନିଆ ପ୍ରବାସୀ ଭାରତୀୟ ଉତ୍ସବ ଆୟୋଜନ କରାଯିବ। ଦେଶ ବାହାରେ ରହୁଥିବା ପ୍ରବାସୀ ଏଥିରେ ଯୋଗଦେବେ ଏବଂ ସରକାରଙ୍କ ପକ୍ଷରୁ ଏଦିଗରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି।

- Advertisement -

ସେହିପରି ବିଭାଗ ଅଧୀନରେ ଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ  ପ୍ରଥମ କରି ସାର୍ଟିଫିକେଟ ପାଠ୍ୟକ୍ରମ ଆସନ୍ତା ଏପ୍ରିଲରୁ କାର୍ଯ୍ୟକାରୀ କରାଯିବା ଯୋଜନା ରହିଛି। ଏହାର ଅବଧି ୬ ମାସ ରହିବ। ଏନେଇ ଏକ କମିଟି ଗଠନ କରାଯାଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ ପାଇବ। ପରେ ପାଠ୍ୟକ୍ରମ ନିମନ୍ତେ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯିବ। ସେହିପରି ପ୍ରବାସୀ ଓଡ଼ିଆ ଆପ୍‌ ମଧ୍ୟ ପଢ଼ିପାରିବେ। ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ଭର୍ଚୁଆଲ ଏକାଡେମୀ ଏବଂ ଓକେସିଏଲର ମିଳିତ ସହଯୋଗରେ ଏହି ଆପ୍‌ ପ୍ରସ୍ତୁତ କରାଯାଉଛି। ବିଦେଶରେ  ମାତୃଭାଷା ପଢ଼ିବାକୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ  ଓଡ଼ିଆ ଭାଷାରେ ପଢ଼ିବେ। ଏଥିପାଇଁ ସ୍ବତନ୍ତ୍ର ଭାବେ ଆଭାସି ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ ବର୍ଣ୍ଣବୋଧ ପ୍ରକାଶ ପାଇବା ପରେ ପ୍ରବାସୀଙ୍କ ପାଇଁ ମଧ୍ୟ ଏହା ଆଭାସିରେ ଉପଲବ୍ଧ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories