www.samajalive.in
Friday, December 5, 2025
20.1 C
Bhubaneswar

ଲିଙ୍କ୍‌ ନାହିଁ: ୩ଦିନ ହେଲା ଅଚଳ ଡାକଘର

ଭୁବନେଶ୍ବର: ଡାକଘରଗୁଡ଼ିକରେ ତିନିଦିନ ହେଲା ଲିଙ୍କ୍‌ ନଥିବାରୁ କାରବାର ହୋଇପାରୁ ନାହିଁ। ଲୋକେ ଡାକଘରକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିରାଶ ଫେରୁଛନ୍ତି। ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ୍‌ ନଥିବା ଜଣାପଡିଛି। ପ୍ରତି ଡେସ୍କ ସମ୍ମୁଖରେ ଲିଙ୍କ୍‌ ନଥିବା ସାଇନ ବୋର୍ଡ ମରାଯାଇଥିବାବେଳେ କର୍ମଚାରୀ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଛି। ଦୂର ଦୂରାନ୍ତରୁ ଲୋକେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇବାକୁ ଆସି ଫେରିଯାଉଛନ୍ତି। ତିନି ଦିନ ହେଲା ରାଜ୍ୟର ସମସ୍ତ ମୁଖ୍ୟ ଡାକଘରେ ଟଙ୍କା ଦେଣନେଣ ବାଧାପ୍ରାପ୍ତ ହୋଇଛି। ଲିଙ୍କ୍‌ ନଥିବା ଯୋଗୁ ଏହି ଅବ୍ୟବସ୍ଥା ଦେଖାଦେଇଛି। ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସିପିଏମ୍‌ଜିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories