www.samajalive.in
Saturday, December 6, 2025
15.1 C
Bhubaneswar

ମଥୁରାରୁ ଫେରୁଥିଲେ; ଡମ୍ଫର-ବସ୍‌ ଧକ୍କା ୫ ମୃତ, ୨୪ ଆହତ..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨୪ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ଆଗ୍ରା-ଲଖନଉ ଏକ୍ସପ୍ରେସୱେରେ ଫିରୋଜାବାଦର ନସୀରପୁର ଥାନା ନିକଟରେ ପର୍ଯ୍ୟଟକ ବସ୍‌ ଓ ଡମ୍ଫର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ବସ୍‌ରେ ଥିବା ସମସ୍ତ ଯାତ୍ରୀ ମଥୁରାରୁ ଫେରୁଥିଲେ। ବସ୍‌ ଚାଳକର ଆଖି ଲାଗି ଯିବାରୁ ଫିରୋଜାବାଦରେ ରାସ୍ତା କଡରେ ଗାଡି ଅନିୟନ୍ତ୍ରିତ ହୋଇ ଏକ ଡମ୍ଫରକୁ ପଛପଟୁ ଧକ୍କା ଦେଇଥିଲା। ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ବସ୍‌ଟି ମଥୁରାରୁ ଲଖନଉ ଅଭିମୁଖେ ଯାଉଥିଲା। ଘଟଣାର ତଦନ୍ତ ଜାରି ରହିଛି ।

ଜାଣନ୍ତୁ ଟପ୍‌ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍‌..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories