www.samajalive.in
Saturday, December 6, 2025
26.1 C
Bhubaneswar

କର୍ଣ୍ଣାଟକ  ସକଂଟ : ରିସର୍ଟରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ପିଟାପିଟି, ଜଣେ ଆହତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଆଉ ଏକ ନୂଆମୋଡ଼ ନେଇଛି। ନିଜ ଦଳର ବିଧାୟକ ମାନଙ୍କୁ ଏକାଠି କରିବା ନେଇ କଂଗ୍ରେସକୁ ପୁଣି ଧକ୍କା ଲାଗିଛି ।  ବେଙ୍ଗାଲୁରୁର ଇଗଲଟନ ରିସର୍ଟରେ ରହୁଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ପିଟାପିଟି ଘଟଣା ସାମ୍ନାକୁ ଆସିଛି। ଜଣେ ଆହତ ବିଧାୟକ ଆନନ୍ଦ ସିଂହଙ୍କୁ ହସ୍ପିଟାଲରେ ଭର୍ତ୍ତି  କରାଯାଇଛି।

ରିସର୍ଟରେ  ବିଧାୟକ ଜେଏନ ଗଣେଶନ, ଆନନ୍ଦ ସିଂହଙ୍କ ମୁଣ୍ଡକୁ ବୋତଲରେ ଆକ୍ରମଣ କରିଥିବା ଜଣାପଡିଛି।  ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ କଂଗ୍ରେସ ଏହି ଖବରକୁ ଖଣ୍ଡନ କରିଛି।  ଦଳର ନେତା  ଡି.କେ. ସୁରେଶ ଏହି ଘଟଣାକୁ ସ୍ବୀକାର କରି। ସେ କହିଛନ୍ତି ଯେ, ବିଧାୟକ ଆନନ୍ଦ ସିଂହ ଓ ଜେ.ଏନ ଗଣେଶଙ୍କ ମଧ୍ୟରେ ମାରପିଟ୍ ଓ ହାତାହାତି ହୋଇଛନ୍ତି। କିନ୍ତୁ ଆହତ ଘଟଣାକୁ ସେ ଖଣ୍ଡନ କରି କହିଛନ୍ତି, ଆନନ୍ଦ ସିଂହଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

- Advertisement -
Pic. Courtesy : Newsroom Post

ବିରୋଧୀ ଦଳ ବିଜେପି ଏହି ଘଟଣାକୁ ନେଇ କର୍ଣ୍ଣାଟକ ସରକାରଙ୍କୁ  ସମାଲୋଚନା କରିଛି। କର୍ଣ୍ଣାଟକ ବିଜେପି  ଟ୍ଵିଟ୍ କରି କହିଛି ଯେ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଗୁରୁତର ରୂପ ନେଇଛି। ରିସର୍ଟରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି, ଏଥିରେ ଆହତ ହୋଇଥିବା ଜଣେ ବିଧାୟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଦଳ ନିଜର ଭୁଲ ସ୍ଵୀକାର ନକରି ଓଲଟା ନିଜ ଦଳର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ବିଜେପିକୁ ଦାୟୀ କରୁଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories