ବଜାରରେ ବଢୁଛି ଜବରଦଖଲ, ଟ୍ରାଫିକ ସମସ୍ୟା ଜଟିଳ
ଝୁମ୍ପୁରା: ଝୁମ୍ପୁରା ବଜାର ଜିଲାର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ହୋଇଥିବାରୁ ଝୁମ୍ପୁରା ବଜାରକୁ ପ୍ରତିଦିନ ଜିଲାର କୋଣ ଅନୁକୋଣରୁ ବ୍ୟବସାୟୀ ମାନେ ଝୁମ୍ପୁରା ବଜାରକୁ ବିଭିନ୍ନ ସମାଗ୍ରୀ କିଣିବା ପାଇଁ ଆସିଥାନ୍ତି। କିନ୍ତୁ ଝୁମ୍ପୁରା ବଜାର ଏବେ ଜବର ଦଖଲକାରୀଙ୍କ ଅଧିନରେ ରହିଥିବାରୁ ବାହାରୁ ଆସୁଥିବା ବ୍ୟବସାୟୀ ମାନେ ବଜାର ମଧ୍ୟରେ ଆଣିଥିବା ଗାଡି ଗୁଡିକ ପାକିଂ କରିବା ପାଇଁ ସ୍ଥାନ ପାଇପାରୁ ନାହାନ୍ତି। ଝୁମ୍ପୁରା ବଜାରରେ ବଢିଥିବା ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ ଖୋଦ ଜିଲାପାଳ ଚମ୍ପୁଆ ଉପଜିଲାପାଳ ଙ୍କ ଠାରୁ ଆରମ୍ଭ କରି ଚମ୍ପୁଆ ଆରଏମସି, ଝୁମ୍ପୁରା ତହସିଲ, ବ୍ଲକ ଏବଂ ପଚାୟତ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ଝୁମ୍ପୁରା ବଜାରରୁ ଜବର ଦଖଲ ଉଚ୍ଛେଦ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ କାହିଁକି ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଜନସାଧାରଣରେ ଆଲୋଚନା ଜୋର ଧରିଛି। ପ୍ରଶାସନିକ ଅଧିକାରୀ ମାନେ କାହା ଚାପରେ ପଡ଼ି ଜବର ଦଖଲ ଉଚ୍ଛେଦ କରୁ ନାହାନ୍ତି ନା ଜାଣି ଶୁଣି ଜିଲାପାଳଙ୍କ ନିର୍ଦେଶକୁ ପାଳନ କରୁନାହାନ୍ତି ବୋଲି ଏବେ ଚା ଦୋକାନ ଠାରୁ ଆରମ୍ଭ କରି ପ୍ରତି ଛକରେ ଆଲୋଚନା ହେଉଛି।
ଜିଲାପାଳ ଝୁମ୍ପୁରା ବଜାରରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ନିର୍ଦେଶ ଦେବା ପରେ ସ୍ଥାନୀୟ ପ୍ରଶାସନ ତରଫରୁ ଫଳ ଦୋକାନୀ ଏବଂ ଚାଷୀ ମାନଙ୍କ ଉପରେ ତାର ପ୍ରତିଶୋଧ ନେବା ଆରମ୍ଭ କରି ଦେଇଥିଲେ। ଚାଷୀ ଏବଂ ଫଳ ଦୋକାନୀ ମାନେ ତ ଅସ୍ଥାୟୀ ଭାବରେ ବସୁଛନ୍ତି କିନ୍ତୁ ଯେଉଁ ବ୍ୟବସାୟୀ ମାନେ ସରକାରୀ ଜାଗାକୁ ବର୍ଷ ବର୍ଷ ଧରୀ ଜବର ଦଖଲ କରି ଚାଲିଛନ୍ତି ତାଙ୍କ ପାଇଁ ମାପ କରି ଚାଲିଛନ୍ତି। ପ୍ରଶାସନ ତରଫରୁ ୧୫ ଦିନ ତଳେ ଝୁମ୍ପୁରା ବଜାର ପରିସର ମଧ୍ୟରେ କେତେ ସରକାରୀ ଜାଗା ରହିଛି ତାହା ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ମାପ କରିବା ପରେ ଯେଉଁ ବ୍ୟକ୍ତି ବା ବ୍ୟବସାୟୀ ମାନେ ସରକାରୀ ଜଗା ମାଡି ବସିଛନ୍ତି ସେମାନଙ୍କୁ ୨ ତାରିଖ ସୁଦ୍ଧା ନିଜେ ନିଜେ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିଲେ। ଯେଉଁ ବ୍ୟକ୍ତି ଏଥିରେ ବ୍ୟତିକ୍ରମ କରିବ ସେମାନେ ମାଡି ବସିଥିବା ସ୍ଥାନକୁ ୩ ତାରିଖ ଦିନ ଉଚ୍ଛେଦ କରିବା ପାଇଁ ଡାକାବାଜି ଯନ୍ତ୍ର ସହିତ ନୋଟିସ ମଧ୍ୟ କରାଯାଇଥିଲା।
ତହସିଲ କର୍ତୃପକ୍ଷ ଦେଇଥିବା ନୋଟିସ କିମ୍ବା ଧାର୍ଯ୍ୟ କରିଥିବା ତାରିଖ ଦିନ ଜବର ଦଖଲ ଉଚ୍ଛେଦ ପ୍ରକ୍ରୀୟ କରିଲେ ନାହିଁ କିମ୍ବା କୌଣସି ଅଧିକାରୀ ବଜାରକୁ ଆସି ଜବର ଦଖଲ କାରୀ ମାନଙ୍କୁ ନିଜ ନିଜର ଜବର ଦଖଲ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଲେ ନାହିଁ। ପ୍ରଶାସନର ଏହି ଟାଳ ଟୁଳ ନୀତି ଦେଖ ଜବର ଦଖଲକାରୀ ମାନେ ଖୁସି ଅନୁଭବ କରିଛନ୍ତି ଯାହା ହେଉ ପ୍ରଶାସନ କରିଥିବା ନୋଟିସ ପାଣିରଗାର ପାଲଟିଲା ବୋଲି। ୩ ତାରିଖ ଦିନ ପ୍ରଶାସନ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ସତ କିନ୍ତୁ ରାଜନୈତିକ ଚାପ ଦ୍ୱାରା ତାହା ବନ୍ଦ ହେଲା ନା ଅନ୍ୟ କୌଣସି କାରଣ ଯୋଗୁଁଁ ଉଚ୍ଛେଦ ପ୍ରକ୍ରୀୟା ବନ୍ଦ ରହିଥିଲା ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ପୁଣିଥରେ ପ୍ରଶାସନ ତରଫରୁ ଆସନ୍ତା ୧୨ ତାରିଖ ଜବର ଉଚ୍ଛେଦ କରାଯିବ ବୋଲି ଜବର ଦଖଲ କାରୀଙ୍କୁ ନୋଟିସ କରିବା ଆରମ୍ଭ କରିଥିବା ଜଣାଯାଇଛି। ପ୍ରଶାସନ ଝୁମ୍ପୁରା ବଜାରରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ପ୍ରକ୍ରୀୟା ପ୍ରକୃତରେ ଆରମ୍ଭ କରୁଛି ନା ଜବର ଦଖଲକାରୀଙ୍କୁ ଭୟଭୀତ କରିବା ପାଇଁ ଏହି ପନ୍ଥା ଆପଣାଉଛି ତାହା ଦେଖିବାର ବାକି ରହିଲା।
ଏପଟେ ଝୁମ୍ପୁରା ବଜାରରେ ଜବର ଦଖଲ ଉଚ୍ଛେଦ କରାଯାଉ ନଥିବାରୁ ବଜାର ସଂକୂଚିତ ହୋଇ ଯାଇଥିବାରୁ ପ୍ରତିଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କିଛି ଦିନ ତଳେ ଏବ ସ୍କୁଲ ବସ ଏବଂ ଟ୍ରଲର ଏକାଠି ଲାଗିଯାଇ କିଛି ସମୟ ପାଇଁ ରାସ୍ତା ଜାମ କରି ଦେଇଥିଲେ ଯାହା ଫଳରେ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଥିଲେ। ଝୁମ୍ପୁରା ବଜାରରୁ ଜବର ଦଖଲ ମୁକ୍ତ କରି ବଜାରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାକୁ ସବୁ ଦିନ ପାଇଁ ଦୂରେଇ ଦେବା ଦିଗରେ ଚମ୍ପୁଆ ଉପଜିଲାପାଳ ସ୍ୱତନ୍ତ ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ତରଫରୁ ଦାବି ହେଉଛି।
Comments are closed.