www.samajalive.in
Saturday, December 6, 2025
16.1 C
Bhubaneswar

ଶୀତ ଦିନିଆ ଖାଦ୍ୟ ସବୁଜ ଚଣା

ଖାଦ୍ୟ ପାନୀୟର ଉପଯୁକ୍ତ ସମୟ ହେଉଛି ଶୀତ ଋତୁ । କାରଣ ଏହି ମସୟରେ ବିଭିନ୍ନ ପ୍ରକାରର ପନିପରିବା ମିଳିଥାଏ । ଯାହା ଦ୍ବାରା ବ୍ୟଞ୍ଜନରେ ବିଭିନ୍ନ ପ୍ରକାର ପରିବାର ବ୍ୟବହାର ହୋଇଥାଏ । ବ୍ରୋକଲୀ, ପାଳଙ୍ଗ ଶାଗ, ଗ୍ରୀନ ମଟର, ମେଥୀ ଶାଗ, ବିଟ୍ ଓ ଗାଜରରେ ପ୍ରସ୍ତୁତ ବ୍ୟଞ୍ଜନ କମ୍ କ୍ୟାଲୋରୀ ସହ ସ୍ବାଦିଷ୍ଟ ହୋଇଥାଏ । ଲୋକେ ପାଳଙ୍ଗ ଶାଗ, ଗାଜର ଓ ମଟର ବହୁଳ ପରିମାଣରେ ବ୍ୟବହାର କରୁଥିବା ବେଳେ ଗ୍ରୀନ ବା ସବୁଜ ଚଣାକୁ ଭୁଲି ଯାଆନ୍ତି । ଶୀତ ଋତୁରେ ଗ୍ରୀନ ବା ସବୁଜ ଚଣା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଆପଣ କଞ୍ଚା ଖାଇ ପାରିବେ ଏବଂ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସୁଫଳ ବିଷୟରେ….

ପ୍ରୋଟିନ: ସବୁଜ ମଟର ଭଳି ସବୁଜ ଚଣାରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏହା ମାଂସପେଶୀ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।

- Advertisement -

ଭିଟାମିନ: ସବୁଜ ଚଣାରେ ଭିଟାମିନ୍ ଏ ଏବଂ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଥଣ୍ଡା ପାଗରେ ଶରୀରକୁ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ଗୁଣ ରହିଥିବାରୁ ରୋଗ ପ୍ରତିରୋଧକ ପ୍ରକ୍ରିୟା ଏବଂ ତ୍ବଚାକୁ ସଠିକ୍ ରଖିଥାଏ ।

ଫୋଲେଟ୍‌: ଏଥିରେ ଭିଟାମିନ୍‌ ‘ବି – ୬’ ଏବଂ ଫୋଲେଟ୍‌ ରହିଥାଏ । ଭିଟାମିନ୍‌ ‘ବି – ୬’  ଥଣ୍ଡାରେ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଫୋଲେଟ୍‌ ଆପଣଙ୍କୁ ଚିନ୍ତା ମୁକ୍ତ ରଖିଥାଏ।

ସବୁଜ ଚଣାକୁ ପେଶି ଏଥିରେ ପରଟା ପ୍ରସ୍ତୁତ କରାଯାଇପାରିବ । ଏହାକୁ ମଧ୍ୟ ଅନ୍ୟ ଖାଦ୍ୟ ବ୍ୟଞ୍ଜନରେ ବ୍ୟବହାର କରାଯାଇପାରିବ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories