www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ; ଚଳନ୍ତା ବସ୍‌ରେ ଚାଳକଙ୍କର ହେଲା ହୃଦଘାତ,ଏମିତି ବଞ୍ଚିଲା ଯାତ୍ରୀଙ୍କର ଜୀବନ

ନୂଆଦିଲ୍ଲୀ : ବସ୍‌ ଚଳାଉଥିବା ବେଳେ ବିଚ୍‌ ରାସ୍ତାରେ ଚାଳକ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ବେଙ୍ଗାଲୁରୁରେ ଘଟିଛି । ବିଏମଟିସିର ଚାଳକ ୪୦ ବର୍ଷୀୟ କିରଣ କୁମାର ନେଲାମଙ୍ଗଳାରୁ ଦାସନପୁରା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିଲେ । ରାସ୍ତା ମଝିରେ ହଠାତ୍‌ ତାଙ୍କର ହୃଦଘାତ ହେବାରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ବସ୍‌ ସିଟ୍‌ ଉପରେ ହିଁ ଟଳି ପଡିଥିଲେ । ଏହି ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇଛି ।


ଚାଳକ ସିଟ୍‌ରୁ ପଡିଯିବା ପରେ ବସ୍‌ଟି ନିୟନ୍ତ୍ରଣ ହରାଇ ଅନ୍ୟ ଏକ ବସ୍‌ ସହ ଘଷି ହୋଇ ଯାଇଥିଲା । ମାତ୍ର ସେହି ସମୟରେ ବସ୍‌ର କଣ୍ଡକ୍ଟର ଉପସ୍ଥିତ ବୁଦ୍ଧି ଖଟାଇ ଚାଳକଙ୍କ ସିଟ୍‌କୁ ଯାଇ ବସ୍‌କୁ ନିୟନ୍ତ୍ରଣକୁ ଆଣିବା ସହ ଅଟକାଇଥିଲେ । ଯାଦ୍ୱାରା ବସ୍‌ରେ ଥିବା ଯାତ୍ରୀମାନେ ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏହାପରେ ଚାଳକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ଭିଡିଓ ଦେଖିବା ପରେ ଲୋକେ ଭାବୁକ ହେବା ସହ ଗଭୀର ଦୁଃଖ ପ୍ରକାଶ କରି ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଜମ୍ମୁ-କାଶ୍ମୀର ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି

- Advertisement -

ନୂଆବର୍ଷରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ- ଖାଦ୍ୟ ଯୋଗାଣ ମନ୍ତ୍ରୀ

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories