www.samajalive.in
Saturday, December 13, 2025
27.1 C
Bhubaneswar

ଲଲାଟେନ୍ଦୁ ବିଦ୍ୟାଧରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଫଳ ବଣ୍ଟନ

ଆଠଗଡ: ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ଯୁବ-ଛାତ୍ର କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି। ଆଠଗଡ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଥମେ ଶ୍ରୀ ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସୃତିଚାରଣ କରାଯାଇଥିଲା । ଓଡିଶାରେ କଂଗ୍ରେସ ଦଳକୁ ସଂଗଠିତ ଓ ମଜବୁତ କରିବାରେ ଲୁଲୁ ମହାପାତ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି କଂଗ୍ରେସ ନେତାମାନେ ମତବ୍ୟକ୍ତ କରିଥିଲେ । ଏହାପରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଆଠଗଡ ଏନଏସିର କଂଗ୍ରେସ କାଉନସିଲର ତଥା କଟକ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ପାଇଲଟ, ସମ୍ବିତ ଦଳାଇ, ଶିରିଶ ଧଳ, ବିକ୍ରମ ରାୟସାମନ୍ତ, ରଜତ ସାହୁ, ପ୍ରଭୃଦତ୍ତ ବେହେରା, ସଂଗ୍ରାମ ବେହେରା, ଅଭିନାଶ ପ୍ରଧାନ ଓ ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories