www.samajalive.in
Sunday, December 7, 2025
26.1 C
Bhubaneswar

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର

ଲଡୁଗାଁ : କୋକସରା ବ୍ଲକର ବିଭିନ୍ନ ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। କୋକସରା ପଞ୍ଚାୟତ ଅଧୀନସ୍ଥ ପଟ୍ଟନାୟକ ପଡ଼ାଠାରେ ଜନବସତି ଉପରେ  ବିଦ୍ୟୁତ୍‌ ତାର ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ତାର ମରାମତି କରିବା ଲୋକ ବି ଦ୍ଵନ୍ଦରେ ପଡ଼ିଯିବ ଯେ କେଉଁଟି କାହା ତାର । ପୁଣି ପଟ୍ଟନାୟକ ପଡ଼ାର ଗଳି କନ୍ଦିରେ ତାର ଗୁଡ଼ିକ ଓହଳି ପଡିଥିବାବେଳେ କେହି କୌଣସି ପ୍ରକାର ପଦକ୍ଷେପ ନେଉ ନାହାନ୍ତି । ସ୍ଥାନୀୟ ଲାଇନମ୍ୟାନ୍ ମାନଙ୍କୁ କହିଲେ ସେମାନେ ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି ଯୋଗୁଁ କୋକସରାର ଅନେକ ସ୍ଥାନରେ ବିଦ୍ୟୁତ୍‌ ସେବା ପ୍ରଦାନ ଆଳରେ ଧନଜୀବନ ବିପଦ ମଧ୍ୟକୁ ଠେଲି ହୋଇଯାଇଛି। ଏଭଳି ସମସ୍ୟା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଛି। ହେଲେ ଏହାର ପ୍ରତିକାର ଦିଗରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ।

ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଦେୟ ଆଦାୟରେ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ସେହି ପରିମାଣରେ ମରାମତି ଓ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଉ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ରାସ୍ତାକଡ ମୁକୁଳା ଟ୍ରାନ୍ସଫର୍ମର୍ ହେଉ କି ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ୍ ତାର ଅଞ୍ଚଳରେ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି । ବିଦ୍ୟୁତ୍‌ ସରବରାହକୁ ମାଟିତଳେ କେବୁଲ ଜରିଆରେ ସଞ୍ଚାଳନ କରିବା ସହ ଖୋଲା ଆକାଶ ଓ ବାସସ୍ଥାନ ଉପରେ ଯାଇଥିବା ବିଦ୍ୟୁତ୍‌ ତାରକୁ କେବୁଲିଙ୍ଗ କରାଯାଇ ଧନଜୀବନକୁ ସୁରକ୍ଷା ଦେବା ଦିଗରେ ପେଦକ୍ଷେପ ଗ୍ରହଣ କରିବାକୁ  ସ୍ଥାୟୀ ବାସିନ୍ଦା ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

- Advertisement -

ସୂଚନା ମୁତାବକ, ୧ ଏପ୍ରିଲ ୨୦୨୧ରୁ ଟାଟା ପାୱାର ହାତକୁ ବିଦ୍ୟୁତ୍‌ ବିଭାଗକୁ ଟେକି ଦିଆଯାଇଛି। ବିଦ୍ୟୁତ୍‌ ସରବରାହ  କାର୍ଯ୍ୟ କମ୍ପାନୀ ହାତକୁ ନେବା ଅବଧି ପ୍ରାୟ ୩ ବର୍ଷ ବିତିସାରିଲାଣି। ମାତ୍ର ସେବାରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଟାଟା ପାଓ୍ବାର ବିଦାୟୀ କମ୍ପାନୀ ୱେସ୍କୋ ପକ୍ଷରୁ ଉପଭୋକ୍ତାଙ୍କ ନାଁରେ ଥିବା ବକେୟା ବିଲକୁ ଆଦାୟ କରିବାରେ ଅଧିକ ଗୁରୁତ୍ୱ ଦେଉଛି। କମ୍ପାନୀ ଚୁକ୍ତିବେଳେ ନିରନ୍ତର ବିଦ୍ୟୁତ୍‌ ସେବା, ଜନବସତି, ଛକ ବଜାର, ସହରାଞ୍ଚଳ ଆଦି ସ୍ଥାନରେ ସୁରକ୍ଷିତ ବିଦ୍ୟୁତ୍‌ ସଞ୍ଚାଳନ, ବିଦ୍ୟୁତ୍‌ ଚୋରିକୁ ରୋକିବା ପାଇଁ ବିଦ୍ୟୁତ୍‌କୁ କେବୁଲିଂ କରିବା ଆଦି ଗୁରୁତ୍ୱ ଦିଆଯିବାକୁ ନିୟମ ରହିଛି। ହେଲେ ଏ ଦିଗରେ ଟାଟା ପାୱାର ଆଦୌ ଯତ୍ନବାନ ରହିଥିବା ଭଳି ମନେ ହେଉନାହିଁ। ବଡ଼ ଗଛ ଭିତରେ ଦେଇ ଯାଇଥିବା ବିଦ୍ୟୁତ୍‌ ତାରକୁ ସୁରକ୍ଷିତ ରଖିବା ପାଇଁ ବିଭାଗ କଣ୍ଡକ୍ଟର ବ୍ୟବହାର କରିବା ବଦଳରେ ଗଛକୁ କାଟି ସଫା କରିଦେଇ ପରିବେଶ ପ୍ରତି ପ୍ରତିକୂଳ ସ୍ଥିତି ସୃଷ୍ଟି କରୁଛି।  ଲଡୁଗାଁ ଅଞ୍ଚଳରେ ବିଦ୍ୟୁତ୍‌ ତାର ତଳେ ବହୁ ଜନବସତି ଗଢି ଉଠିଲାଣି। ଅନେକ ସ୍ଥାନରେ ବିଦ୍ୟୁତ୍‌ ତାର ଛାତ ଉପର ଦେଇ ଗତି କରିଛି। ଉକ୍ତ ଘରେ ବସବାସ କରୁଥିବା ଜନସାଧାରଣ ଛାତ ଉପରକୁ ଆସିଲେ ସେମାନଙ୍କ ଜୀବନ ପ୍ରତି ଭୟ ରହୁଛି। ଦୁର୍ବଳ ବିଦ୍ୟୁତ୍‌ ତାରରୁ ନିଆଁ ଝୁଲ ଉଡି ଅଗ୍ନିକାଣ୍ଡ ଭଳି ଅବସ୍ଥା ଉପୁଜୁଛି। ଏହାର ପ୍ରତିକାର ପାଇଁ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରାଯାଉଛି।

ଏ ଦିଗରେ ବିଭାଗ ସହଯୋଗ କରିବା ବଦଳରେ ଅଭିଯୋଗକାରୀଙ୍କୁ ନିଜସ୍ବ ଖର୍ଚ୍ଚରେ ମରାମତି କରିବାକୁ ପରାମର୍ଶ ଦେଇ ଚୁପ୍‌ ବସିଯାଉଛି। ଜନବସତି ସ୍ଥାନରେ ବିଦ୍ୟୁତ୍‌ ତାରଗୁଡିକୁ କେବୁଲିଂ କରିବାକୁ ନିୟମ ରହିଛି। ତାକୁ ବିଭାଗ ପକ୍ଷରୁ ଆଦୌ କାର୍ଯ୍ୟକାରୀ କରାଯାଉ ନାହିଁ । ତ୍ରୁଟି ବିଚ୍ୟୁତି ସର୍ବଦା ବିଭାଗୀୟ ଅଧିକାରୀଙ୍କ ନଜରରେ ପଡୁଛି। ହେଲେ ସେଥିରେ ସୁଧାର ଆଣିବାରେ ବିଭାଗ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଉ ନାହିଁ। କୋକସରା ସେକ୍ସନ ଟାଟା ପାୱାର କନିଷ୍ଠ ଯନ୍ତ୍ରୀ ବ୍ରଜମୋହନ ଦଳେଇଙ୍କୁ  ପଚାରିବାରୁ  ପିଲା  ଯାଇ କରିଦେଇ ଆସିବେ ବୋଲି କହିଛନ୍ତି । ଅନ୍ୟପଟେ ଲୋକଙ୍କ କହିବା କଥା ଯେତେବେଳେ ବି ମରାମତି ପାଇଁ କହିଲେ ପିଲା ଯାଉଛନ୍ତି ବୋଲି କହୁଛନ୍ତି ସିନା ପିଲାଙ୍କ ଦେଖା ମିଳୁନଥିବା ଅଞ୍ଚଳବାସୀ କହିଛନ୍ତି  । ଏଥିପ୍ରତି ବିଦ୍ୟୁତ୍ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଧ୍ୟାନ ଦେଇ ଏହାର ତୁରନ୍ତ  ସମାଧାନ କରିବାକୁ ଦାବି ଉଠୁଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories