ନଭେମ୍ବରରେ ୭ ଗ୍ରହଙ୍କ ଚଳନ; ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ଖାଲି ଧନ ନୁହେଁ ବଦଳିଯିବ ଭାଗ୍ୟ..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଭେମ୍ବର ମାସରେ ୭ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବେ । ଗ୍ରହଙ୍କ ଚଳନର ପ୍ରଭାବ ଖୁବ୍ ମହତ୍ତ୍ୱପୂର୍ଣ୍ଣ । ସମସ୍ତ ରାଶି ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଜାଣନ୍ତୁ ନଭେମ୍ବର ମାସରେ କେଉଁ କେଉଁ ଗ୍ରହ ଚଳନ କରିବେ । ଏହା ଦ୍ୱାରା କେଉଁ ରାଶି ଭାଗ୍ୟଶାଳୀ ହେବେ । ଧନ ସହ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ..
ନଭେମ୍ବର ୭ ଗୁରୁବାରରେ ୩ଟା ୩୯ ମିନିଟ୍ରେ ଶୁକ୍ର ଧନୁ ରାଶିରେ ପ୍ରବେଶ କରିବେ ।
୧୦ ନଭେମ୍ବର ରବିବାର ରାତି ୧୧ଟା ୩୧ ମିନିଟରେ ଛାୟା ଗ୍ରହ ରାହୁ ଚଳନ କରିବେ ।
୧୬ ନଭେମ୍ବର ଶନିବାର ସକାଳ ୭ଟା ୪୧ ମିନିଟରେ ଗ୍ରହଙ୍କ ରାଜା ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବେ ।
୨୮ ନଭେମ୍ବର ଗୁରୁବାର ଦିନ ୧ଟା ୧୦ ମିନିଟ୍ରେ ଗୁରୁ ଗ୍ରହ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବେ ।
୧୫ ନଭେମ୍ବର ଶୁକ୍ରବାର ସନ୍ଧ୍ୟାରେ ୭ଟା ୫୧ ମିନିଟ୍ରେ ଶନିଦେବ ସିଧା ଚଳନ କରିବେ ।
୨୬ ନଭେମ୍ବର ମଙ୍ଗଳବାର ରାତି ୮ଟା ୧୧ ମିିନିଟ୍ରେ ବୁଧ ଗ୍ରହ ଓଲଟା ଚଳନ କରିବେ ।
ରାଶି ଉପରେ ପ୍ରଭାବ..
ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ର, ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ମିଳିବ । ଆୟରେ ବୃଦ୍ଧି ହେବ । ଚାକିରିରେ ଉନ୍ନତି ସହ ବ୍ୟବସାୟୀ ଲାଭବାନ୍ ହେବେ ।
ମିଥୁନ – ବ୍ୟବସାୟୀ ଲାଭବାନ୍ ହେବେ । ଗୁରୁଙ୍କ କୃପାରୁ ଆୟରେ ନୂଆ ରାସ୍ତା ସାମ୍ନାକୁ ଆସିବ । କାମରେ ଏକାଗ୍ରତା ଆସିବ ।
ସିଂହ – ଏହି ସମୟ ଲାଭଦାୟକ ହେବ । ବ୍ୟବସାୟରେ ନୂଆ ଯୋଜନା ସଫଳ ହେବ । ଆୟରେ ବୃଦ୍ଧି ହେବ ।
ତୁଳା – ଜ୍ଞାନ ଓ ବୁଦ୍ଧି ଯୋଗୁଁ ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ଚାକିରିରେ ସ୍ଥିରତା ରହିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ ।
୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..
ବିଛା – ଟଙ୍କା ନିବେଶ କରି ଲାଭବାନ୍ ହେବେ । ବ୍ୟବସାୟୀର ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ।
ଧନୁ- ଏହି ରାଶିଙ୍କ ପାଇଁ ଶୁଭ ସମୟ ରହିଛି । ବ୍ୟବସାୟୀ ଲାଭବାନ୍ ହେବେ । ଚାକିରିରେ ଶୁଭ ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ ।
କୁମ୍ଭ- ପରିବାର ଓ ବ୍ୟବସାୟ ଉଭୟରେ ଶୁଭଫଳ ମିଳିବ । ସମସ୍ୟା ଦୂର ହେବ । ମାନ-ସମ୍ମାନ ବୃଦ୍ଧି ହେବ ।
Comments are closed.