www.samajalive.in
Sunday, December 14, 2025
14.1 C
Bhubaneswar

କୋରାପୁଟରେ ଚାଞ୍ଚଲ୍ୟ: ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କଲେ ଦୁର୍ବୃତ୍ତ

ଲମତାପୁଟ/ନନ୍ଦପୁର: ସ୍ବାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ତାଙ୍କ ସ୍ତ୍ରୀକୁ ହତ୍ୟା କରାଯାଇଛି। ମୃତକ ହେଲେ କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ କୁମାର ଗାନ୍ଧଣା ପଞ୍ଚାୟତ ହାରିଆମୁଣ୍ଡା ଗ୍ରାମର ସାବିତ୍ରୀ ଖରା। ତାଙ୍କ ସ୍ବାମୀ ମହେନ୍ଦ୍ର ଖରା ଗୁରୁତର ଅଛନ୍ତି। ତାଙ୍କୁ ନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୁଭଦ୍ରା ଯୋଜନା ପାଇଁ ଆଧାର ସଂଯୋଗ କରିବାକୁ ସୋମବାର ସକାଳେ ମହେନ୍ଦ୍ର ଓ ସାବିତ୍ରୀ ଏକ ଆଧାର କେନ୍ଦ୍ରକୁ ଆସିଥିଲେ। ସେଠାରେ କାମ ସାରି ବାଇକରେ ଘରକୁ ଫେରୁଥିବା ସମୟରେ ଲମତାପୁଟ ବ୍ଲକ କୁମାରଗନ୍ଧଣା ପଞ୍ଚାୟତ ହଣ୍ଡାଲତୋଟା ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ରେ ମହେନ୍ଦ୍ର ଅଚେତ ହୋଇଯିବା ପରେ ସେମାନେ ତାଙ୍କୁ ଏକ ନୀଳଗିରି ଗଛରେ ବାନ୍ଧି ଦେଇଥିଲେ। ପରେ ଦୁର୍ବୃତ୍ତମାନେ ସାବିତ୍ରୀଙ୍କଠାରୁ ସୁନାଗହଣା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା କୁହାଯାଉଛି। କିଛି ଘଣ୍ଟା ପରେ ମହେନ୍ଦ୍ରଙ୍କ ଚେତା ଆସିବାରୁ ସେ ଚିତ୍କାର କରିଥିଲେ। ମ​ହେନ୍ଦ୍ରଙ୍କ ପାଟି ଶୁଣି ଜଣେ ପଥଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ସାବିତ୍ରୀଙ୍କୁ ଖୋଜାଖୋଜି କରିଥିଲେ। ଏକ ଲଟାବୁଦା ଭିତରେ ସାବିତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ନନ୍ଦପୁର ପୁଲିସକୁ ଖବର ଦେଇଥିଲେ। ନନ୍ଦପୁର ଥାନା ଅଧିକାରୀ ପାଣ୍ଡବ ଶବର, ସହକାରୀ ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଏଏସଆଇ ଗୁପ୍ତେଶ୍ୱର ଗୌଡ଼ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories