ସମୁଦ୍ରକୂଳରେ ଷ୍ଟଣ୍ଟ କରୁଥିଲା ମହିନ୍ଦ୍ରା ଥାର୍: ଓଲଟି ପଡିବା ପରେ..
ନୂଆଦିଲ୍ଲୀ : ମହିନ୍ଦ୍ରା ଥାର୍ ନିଜ ଅଫ୍-ରୋଡିଂ କ୍ଷମତା ପାଇଁ ଜଣାଯାଏ । ଅନେକ ଥର ଥାର୍ ଚାଳକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା କ୍ୟାମେରାରେ କଏଦ ହୁଏ । ଷ୍ଟଣ୍ଟ ସମୟରେ ଅଘଟଣ ମଧ୍ୟ ଘଟିଥାଏ । ଏମିତି ଏକ ଘଟଣା ନିକଟରେ କେରଳର ମୁଝାପିଲ୍ଲଗଡ ଡ୍ରାଇଭ୍-ଇନ୍ ସମୁଦ୍ରକୂଳରେ ଘଟିଛି । ତୀବ୍ର ଗତିରେ ଚାଲୁଥିବା ଏକ ଥାର୍ ଭାରସାମ୍ୟ ହରାଇ ଓଲଟି ପଡିଛି । ତେବେ ଏଥିରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି ।
ମୁଝାପିଲ୍ଲଗଡ ଏସିଆର ସବୁଠାରୁ ଲମ୍ବା ଡ୍ରାଇଭ୍-ଇନ୍ ସମୁଦ୍ରକୂଳ । ଭିଡିଓରେ ଏକ କଳା ମହିନ୍ଦ୍ରା ଥାର୍ ସ୍ପିଡରେ ଆସି ଓଲଟି ପଡିଛି । ପୂର୍ବରୁ ଅନେକ ସ୍ପିଡରେ ଏହା ଚାଲୁଥିଲା ବୋଲି ଦେଖଣାହାରୀ କହିଛନ୍ତି । ଗାଡିର ଇଞ୍ଜିନରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳୁଛି । ତେବେ ଏଥିରେ ଥିବା ସମସ୍ତ ଲୋକେ ସୁରକ୍ଷିତ ଅଛନ୍ତି ।
Comments are closed.