www.samajalive.in
Monday, December 15, 2025
17.1 C
Bhubaneswar

ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତକନିଷ୍ଠ ସହାୟକଙ୍କ ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର:  ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆଜି ଆରମ୍ଭ ହୋଇଯାଇଛି କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ)ଙ୍କ ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ । ଏହି ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତାଲିମ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ ଉଲ୍ଲେଖ କରିଥିଲେ । ତୃଣମୂଳସ୍ତରରେ କାର୍ଯ୍ୟ କରିବା ପାଇଁ ଏ ତାଲିମ ବହୁତ ସାହାଯ୍ୟ କରିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ସମସ୍ତ ଯୋଜନା ଓ ପଦକ୍ଷେପକୁ ଲୋକମାନଙ୍କ ପାଖରେ ଠିକ ଭାବରେ ପହଞ୍ଚାଇବାର ଗୁରୁଦାୟିତ୍ୱ କନିଷ୍ଠ ସହାୟକମାନଙ୍କ ଉପରେ ନ୍ୟସ୍ତ ବୋଲି ସେ ମତ ପ୍ରକାଶ କରିଥିଲେ । ତାଲିମ ଅବସରରେ ସେମାନଙ୍କଠାରୁ ମିଳିଥିବା ମତାମତ ଓ ପ୍ରସ୍ତାବ ବିଭାଗ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଶ୍ରୀମତୀ ଶର୍ମା ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମ ଆଜି (୦୪/୧୧/୨୦୨୪) ଠାରୁ ଆରମ୍ଭ ହୋଇ (୨୭/୧୧/୨୦୨୪) ପର୍ଯ୍ୟନ୍ତ ୨୩ଦିନ ଧରି ଚାଲିବ । ଆଜିଠୁଁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ ଓ କଟକ ଜିଲ୍ଲାରୁ ଆସିଥିବା ୪୦ଜଣକୁ ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ୪୦ଜଣକୁ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟରେ କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଜିଲ୍ଲାରୁ ୪୦ ଜଣଙ୍କୁ ଓ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡ଼ା, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୪୭ ଜଣଙ୍କୁ ତାଲିମ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬୭ ଜଣ କନିଷ୍ଠ ସହାୟକଙ୍କୁ ତାଲିମ ଦିଆଯିବ ଏବଂ ପ୍ରତି ପର୍ଯ୍ୟାୟ ୩ଦିନ ପର୍ଯ୍ୟନ୍ତ ଚାଲିବ ।

- Advertisement -

ଏହି କାର୍ଯ୍ୟକ୍ରମରେ ଆକାଉଣ୍ଟିଂ ଓ ପ୍ରଶାସନିକ କାର୍ଯ୍ୟ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବ । ଏହା ସହ ପ୍ରଶାସନିକ କାର୍ଯ୍ୟର କମ୍ପୁ୍ଟରୀକରଣ ଏବଂ ଏଚ୍‌ଆର୍‌ଏମ୍‌ସ୍‌ (HRMS) ସମ୍ବନ୍ଧରେ ମଧ୍ୟ ତାଲିମ ପ୍ରଦାନ କରାଯିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories