www.samajalive.in
Tuesday, December 9, 2025
15.1 C
Bhubaneswar

ଗୋପାଳପୁର ପୁଲିସ ର ଲାଠି ମାଡରେ ଯୁବକ ଗୁରୁତର 

ଗୋପାଳପୁର: ଗୋପାଳପୁର ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ ସମୟରେ ମୋଟରସାଇକେଲ ନ ଅଟକିବାରୁ ଡ୍ୟୁଟିରେ ଥିବା କନେଷ୍ଟବଳ ଜଣକ ହାତରେ ଧରିଥିବା ଲାଠିରେ ଯୁବକକୁ ଆକ୍ରମଣ କରିବାରୁ ମଟରସାଇକେଲରୁ ପଡ଼ି ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟାରେ ମଟରସାଇକେଲରେ ଜଣେ ଯୁବକ ଗୋପାଳପୁର ବୁଲି ଘରକୁ ଫେରୁଥିଲେ। ଗୋପାଳପୁର ପ୍ରବେଶ ପଥ ଷଣ୍ଢ ଛକ ଠାରେ ଥାନାର ଏଏସଆଇ ଲିସା ସେଠୀଙ୍କ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ ସହ ହେଲେମେଟ ଯାଞ୍ଚ କରୁଥିଲେ।
ଏହି ସମୟରେ ଯୁବକ ଜଣଙ୍କ ମଟରସାଇକେଲ ଧରି ଯାଉଥିବା ସମୟରେ ପୁଲିସ ଅଟକାଇ ଥିଲେ। କିନ୍ତୁ ଯୁବକ ଜଣଙ୍କ ଭୟରେ ସେଠାରୁ ଖସି ଯିବାକୁ ଉଦ୍ୟମ କରିବା ସମୟରେ ଡ୍ୟୁଟିରେ ନିୟୋଜିତ କନେଷ୍ଟବଳ ଜଣକ ଗାଡ଼ି ନ ଅଟକିବାରୁ କୁଆଡେ଼ ହାତରେ ଧରିଥିବା ଲାଠିରେ ଯୁବକକୁ ବାଡେଇବା କୁ ଚେଷ୍ଟା କରିଥିଲେ। ଲାଠିଟି ଯୁବକଙ୍କ ମୁଣ୍ଡରେ ବାଜିବାରୁ ସେ ଆହାତ ହେବା ସହ ଦୁର୍ଘଟଣା ର ଶିକାର ହେବା ସହ ରାସ୍ତାରେ କଚାଡି ହୋଇ ପଡି ଯାଇଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣାରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ ସୁଦ୍ଧା ଡ୍ୟୁଟିରେ ଥିବା ଏଏସ ଆଇ ଲିସା ସେଠୀ ପୁଲିସ ଭ୍ୟାନରେ ବ୍ରହ୍ମପୁର ବଡ ମେଡିକାଲ କୁ ନେବା ପରିବର୍ତ୍ତେ ୧୦୮ ଆମ୍ବୁଲାନ୍ସ ଡ଼କାଇ ବିଳମ୍ବ ରେ ମେଡିକାଲ ପଠାଇଥିବା ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଛୁଟିଦିନ ମାନଙ୍କରେ ଏଠାକୁ ଅନେକ ପର୍ଯ୍ୟଟକ ପରିବାର ସହ ଆସିଥାଉ, କିନ୍ତୁ ପୁଲିସ ପକ୍ଷରୁ ନିଜର ଟାର୍ଗେଟ ପୂରଣ ଲକ୍ଷ୍ୟରେ ଏପରି ମନ ଇଛା ଯାଞ୍ଚ ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories