www.samajalive.in
Monday, December 15, 2025
26.1 C
Bhubaneswar

କୁଇ ସମାଜ ଯୁବପରିଷଦର କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : କନ୍ଧମାଳ ଜିଲାର କୁଇ ସମାଜ ଯୁବ ପରିଷଦ ତରଫରୁ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲାରେ କୁଇ ସମାଜ ଯୁବ ପରିଷଦ ଦ୍ୱାରା ଆଦିବାସୀ ସମାଜର ସଚେତନ ଓ ମେଡିକାଲରେ ଜରୁରୀ ରକ୍ତ ଆବଶ୍ୟକ ହେଉଥିବା ସମୟରେ ରକ୍ତଦାନ କରି ବିଭିନ୍ନ ସମସ୍ୟା ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ବର୍ତ୍ତମାନ ଜିଲାର ଯୁବକ ଯୁବତୀ ମାନେ କିପରି କ୍ରୀଡ଼ାରେ ଅଧିକରୁ ଅଧିକ ଉନ୍ନତି କରିବେ ସେଥିପାଇଁ ଏକ ଜିଲାସ୍ତରୀୟ ସହିତ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଆଜି ଫୁଲବାଣୀ କାର୍ଯ୍ୟାଳୟଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କୁଇ ସମାଜ ଯୁବପରିଷଦ କନ୍ଧମାଳ ସଭାପତି ଦେବାଶିଷ କହଁର, ସମ୍ପାଦକ ଅଚ୍ୟୁତ ଯାନୀ, କ୍ରୀଡ଼ା ସଭାପତି ସୁଜିତ୍ କୁମାର ମଲିକ, କୁଇ ସମାଜ ସାଧାରଣ ସମ୍ପାଦକ ଅବନୀ କୁମାର କହଁର, ଟିଟ୍ରାପଙ୍ଗା ସରପଞ୍ଚ ସଂଜୀବ ଲୋଚନ ପ୍ରଧାନ,ଯୁବ ନେତା ଅନୁପମ କହଁର ସମେତ ନର୍ସିପ ପ୍ରଧାନ, ଉତ୍ତମ କହଁର, ଗୋପାଳ ମାଝୀ ଯୋଗ ଦେଇଥିଲେ । ବୈଠକକୁ କ୍ରୀଡ଼ା ସଭାପତି ସୁଜିତ୍ କୁମାର ମଲିକ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ଅଚ୍ୟୁତ ଯାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories