ଭାଇରାଲ ଭିଡିଓ – ଯେସାକୁ ତେସା, ଶେଷରେ ଏମିତି କଲେ ଦିଦି…
ଡେସ୍କ: ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ଯାହାକୁ ଦେଖିଲେ ଆପଣ ଅନୁଭବ କରିପାରିବେ ଘଟଣାଟି କେତେ ସମ୍ବେଦନଶୀଳ। ଘଟଣାଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି।
ଆନ୍ଧ୍ରପ୍ରଦେଶର ଜଣେ ହିନ୍ଦୁ ମହିଳାଙ୍କ ଘର ପଛପଟେ ଏକ ଚର୍ଚ୍ଚ ରହିଛି। ସେହି ଚର୍ଚ୍ଚରେ ସବୁ ସମୟରେ ଉଚ୍ଚ ସ୍ୱରରେ ଧାର୍ମିକ ସଂଗୀତ ବାଜୁଥିଲା। ମହିଳା ଜଣଙ୍କ ଘର ସେହି ଚର୍ଚ୍ଚର ଅତି ନିକଟରେ ଥିବାରୁ ସେଠାରେ ଶାନ୍ତିରେ ରହିବା ଏକ ପ୍ରକାର ଅସମ୍ଭବ ହୋଇ ପଶିଥିଲା। ମହିଳା ଜଣକ ଭଲ୍ୟୁମ୍ କମ୍ କରିବାକୁ ବାରମ୍ବାର ଚର୍ଚ୍ଚକୁ ଅନୁରୋଧ କରୁଥିଲେ। ତାଙ୍କ ଅନୁରୋଧ ସତ୍ତ୍ୱେ ଚର୍ଚ୍ଚ ଅଧିକ ମାତ୍ରାରେ ଶବ୍ଦ ବଜାଉଥିଲା।
ଭାଇରାଲ ଭିଡିଓ – ଯେସାକୁ ତେସା, ଶେଷରେ ଏମିତି କଲେ ଦିଦି… pic.twitter.com/0m4wPXxkn8
— Samaja Live (@samajalive) November 2, 2024
ବାରମ୍ବାର ଅନୁରୋଧ ସତ୍ୱେ ସେ ବିଫଳ ହେବାରୁ କଣ କରିବେ ବୋଲି ଚିନ୍ତା କରିଥିଲେ। ଶେଷରେ ସମ୍ପୃକ୍ତ ହିନ୍ଦୁ ମହିଳା ଜଣଙ୍କ ଏକ ଲାଉଡସ୍ପିକର ଆଣି ନିଜ ଘର ଝରକାରେ ଲଗାଇ ଦେଇଥିଲେ ଓ ସେଥିରେ ଅଧିକ ଭଲ୍ୟୁମରେ ‘ଓମ୍’ ସ୍ଲୋଗାନ୍ ବଜାଇବା ଆରମ୍ଭ କରିଥିଲେ। କିଛି ଦିନ ପରେ ଚର୍ଚ୍ଚ ପକ୍ଷରୁ ଭଲ୍ୟୁମ କମ କରାଯାଇଥିବା ଜଣାପଡିଛି।
Comments are closed.