www.samajalive.in
Monday, December 15, 2025
15.1 C
Bhubaneswar

ରଖେ ହରି ତ ମାରେ କିଏ ? ଲୋମ ଟାଙ୍କୁରାଇଦେବ ୨ ମାସର ଶିଶୁର ଜୀବନଯାତ୍ରା

ସମାଜ ଡିଜିଟାଲ ଡେସ୍କ: କଥାରେ ଅଛି ‘ରଖେ ହରି ତ ମାରେ କିଏ’। ଏହାର ସତ୍ୟତା ମଧ୍ୟ ରହିଛି। ଯାହାକୁ ରକ୍ଷା କରିବାକୁ ସ୍ଵୟଂ ଭଗବାନଙ୍କ ଆଶୀର୍ବାଦ ରହିଥିବ ତା’କୁ କିଏ ମାରିବ ? ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ଏକ ୨ ମାସର ଶିଶୁର ଜୀବନଯାତ୍ରା ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିବ। ଘଟଣାଟି ଏହିପରି…

ଉତ୍ତରପ୍ରଦେଶର ହମିରପୁର ଅଞ୍ଚଳରୁ ଅଗ​‌ଷ୍ଟ ୨୬ ତାରିଖରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଥିଲା। ଜନ୍ମ ପରେ ଶିଶୁଟିକୁ ଏକ ପୋଲ ଉପରୁ କେହି ଫିଙ୍ଗି ଦେଇଥିଲେ। ସୌଭାଗ୍ୟବଶତଃ ପିଲାଟି ସିଧାସଳଖ ତଳେ ନ ପଡ଼ି ଏକ ଗଛରେ ଲାଖି ଯାଇଥିଲା। କିଛି ଲୋକ ପିଲାଟିର ପାଟି ଶୁଣି ତା’କୁ ଉଦ୍ଧାର କରି ହମିରପୁର ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେତେବେଳେ ପିଲାଟି ଶରୀରରେ ୫୦ରୁ ଅଧିକ କ୍ଷତ ଚିହ୍ନ ଥିଲା। କୌଣସି ପଶୁ ପିଲାଟିକୁ ଆକ୍ରମଣ ମଧ୍ୟ କରିଥିବାରୁ ତାହାର ବି କ୍ଷତ ଚିହ୍ନ ରହିଥିଲା। ପରେ ପିଲାଟିକୁ ଲାଲା ଲଜପତ ରାଏ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨ମାସ ଧରି ଚିକିତ୍ସା ଚାଲିବା ପରେ ପିଲାଟି ସୁସ୍ଥ ହୋଇଛି। ଜନ୍ମାଷ୍ଟମୀ ସମୟରେ ପିଲାଟି ଉଦ୍ଧାର ହୋଇ ହସ୍ପିଟାଲ ଆସିଥିବାରୁ ତା’ର ନାଁ ରଖାଯାଇଛି କ୍ରିଷ୍ଣା।

- Advertisement -

ଡାକ୍ତର ସଞ୍ଜୟ କାଲା କହିଛନ୍ତି, ପିଲାଟି ଆମ ପାଖକୁ ଆସିବା ସମୟରେ ତା’ ଶରୀର ସାରା କ୍ଷତ ଚିହ୍ନ ରହିଥିଲା। ମା’ବାପା ନ ଥିବାରୁ ନର୍ସମାନେ ତା’ର ବହୁତ ଯତ୍ନ ନେଇଥିଲେ। କ୍ଷତ ଚିହ୍ନ ଯୋଗୁ ଶରୀରକୁ ସ୍ପର୍ଶ କରିବା ସମ୍ଭବ ନ ଥିବାରୁ ସେବିକାମାନେ ଦୂରରେ ରହି ତା’ର ଯତ୍ନ ନେଲେ। ନିଜ ସନ୍ତାନ ପରି ତା’ର ଲାଳନ ପାଳନ କଲେ। ସେ କାନ୍ଦିଲେ ତା’କୁ ଲୋରି ଶୁଣାଇ ଶୁଆଉଥିଲେ। ଧୀରେ ଧୀରେ ପିଲାଟି ସହିତ ସବୁ କର୍ମଚାରୀଙ୍କ ଭାବାବେଗ ଯୋଡ଼ି ହୋଇଯାଇଥିଲା। ୬ ସପ୍ତାହ ଧରି ଚିକିତ୍ସା ଚାଲିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଜବଜାତକକୁ ଏପରି ଭାବେ ଏକ ପୋଲ ଉପରୁ ଫିଙ୍ଗିଦେବା ଅତ୍ୟନ୍ତ କ୍ରୁର ମାନସିକତା ବୋଲି ସେ କହିଛନ୍ତି। ଯେଉଁମାନେ ଫିଙ୍ଗିଲେ ସେମା​‌ନେ ଚାହିଁଥିଲେ ପିଲାକୁ କେଉଁ ମନ୍ଦିର ପାଖରେ ଛାଡ଼ି ଦେଇପାରିଥାଆନ୍ତେ ବୋଲି ଡା. କାଲା କହିଛନ୍ତି।

ପିଲାଟିକୁ ବର୍ତ୍ତମାନ ଏକ ଶିଶୁ ଯତ୍ନ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି। ହସ୍ପିଟାଲ କର୍ମଚାରୀମାନେ ତା’ର ଦୀର୍ଘ ଜୀବନ ଏବଂ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories