ବାଙ୍କୀ ବ୍ଲକ ସୁରଭି ଉତ୍ସବ -୨୦୨୪ ଉଦ୍‌ଘାଟିତ

କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ପକ୍ଷରୁ ଆଜି ବନ୍ଦାଳୋ ଉତ୍ତର କୂଲାଟ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ସୁରଭି-୨୦୨୪ ଉତ୍ସବ ଉଦ୍‌ଘାଟିତ ହୋଇଛି। ମଣ୍ଡଳ ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ଛାତ୍ରଛାତ୍ରୀମାନେ ଏହି ସୁରଭି ଉତ୍ସବରୁ ବହୁ ଜିନିଷ ଶିକ୍ଷାଲାଭ କରିପାରିବେ ବୋଲି କହିଥିଲେ। ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ମୁଖ୍ୟବକ୍ତା, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରେଖା ପଣ୍ଡା, ବନ୍ଦାଳୋ ସରପଞ୍ଚ ପ୍ରିୟଦର୍ଶିନୀ ସ୍ୱାଇଁ, ସମିତି ସଭ୍ୟା ସରଳା ମାନସିଂହ, ଉତ୍ତରକୂଲାଟ ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ମା’ଦୁର୍ଗା ବାଳିକା ହାଇସ୍କୁଲର ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସାମନ୍ତ ସିଂହାର ମଞ୍ଚ ପରି ଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ମୁଦୁଲି, ଉତ୍ତର କୁଲାଟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ମୃତି ପ୍ରିୟଦର୍ଶିନୀ ଦାସ, ସି.ଆର.ସି.ସି ବନ୍ଦାଳୋ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ୧୨୯ଟି ଶିକ୍ଷାନୁଷ୍ଠାନର ମୋଟ ୧୦ଟି କ୍ଲଷ୍ଟରର ବରିଷ୍ଠ ଓ କନିଷ୍ଠ ବିଭାଗର ୨୨୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

Comments are closed.