ଅଲିଭ ରିଡଲେ ସୁରକ୍ଷା – ଋଷିକୁଲ୍ୟା ମୁହାଁଣକୁ ନୋ ଫିସିଙ୍ଗ ଜୋନ ଘୋଷଣା କଲା ବନ ବିଭାଗ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୁରୁଣା ବନ୍ଧ ଋଷିକୁଲ୍ୟା ମୁହାଁଣ ଅଞ୍ଚଳକୁ ନୋ ଫିସିଙ୍ଗ ଜୋନ ଭାବେ ଘୋଷଣା କରିଛି ବନ ବିଭାଗ। ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ପରି ନଭେମ୍ବର ପହିଲାରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ଡିଏଫଓ ସନି ଖୋଖର ଗ୍ରିନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏନେଇ ମୁହାଁଣ ନିକଟରେ ପୂଜାର୍ଚ୍ଚନା କରାଯାଇଛି। ଏସିଏଫ ଦିବ୍ୟ ରଞ୍ଜନ ବେହେରା, ଫରେଷ୍ଟର ନୀଳ ମାଧବ ଜେନା, ପ୍ରଦୀପ ପଣ୍ଡା, କାମନା ଭୂୟାଁ, ବନରକ୍ଷୀ ତପନ କୁମାର ନନ୍ଦ, ଋଷିକୁଲ୍ୟା କଇଁଚ ସୁରକ୍ଷା ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରମୁଖଙ୍କ ସହ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଋଷିକୁଲ୍ୟା ମୁହାଁଣ ଠାରୁ ଉତ୍ତର ଦିଗରେ ପ୍ରାୟ ୧୦ କିଲୋମିଟର, ଦକ୍ଷିଣରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ୧୦ କିଲୋମିଟର ଓ ସମୁଦ୍ର ମଧ୍ୟକୁ ୧୦ କିଲୋମିଟର ପର୍ଯ୍ୟନ୍ତ ନୋ ଫିସିଙ୍ଗ ଜୋନ ଭାବେ ଘୋଷଣା କରାଯାଇଛି। ଟ୍ରଲର, ମେସିନ ଚାଳିତ ଡ଼ଙ୍ଗା ଉକ୍ତ ନୋ ଫିସଙ୍ଗ ଜୋନରେ ମାଛ ମାରିବା ପାଇଁ ବାରଣ କରାଯାଇଛି।

Comments are closed.