www.samajalive.in
Monday, December 15, 2025
15.1 C
Bhubaneswar

ଅଟ୍ରିରୁ ଗଡିଲା ପାସେଞ୍ଜର ରେଳଗାଡ଼ି

ବେଗୁନିଆ: ଅଟ୍ରି ରେଳ ରହଣିସ୍ଥଳ (ପାସେଞ୍ଜର ହଲ୍ଟ)ବୁଧବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ଲୋକାର୍ପିତ ହୋଇଛି। ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ଏହାଦ୍ବାରା ପୂରଣ ହୋଇଛି। ଅଟ୍ରିରୁ ଏକ ପାସେଞ୍ଜର ରେଳଗାଡ଼ି ଗଡିଛି। ଅଟ୍ରି ରେଳ ରହଣି ସ୍ଥଳରେ ଭଦ୍ରକ – ଦଶପଲ୍ଲା, ଭୁବନେଶ୍ୱର – ଦଶପଲ୍ଲା ଓ ପୁରୀ- ଦଶପଲ୍ଲା ଆଦି ୩ଟି ପାସେଞ୍ଜର ରେଳଗାଡ଼ି ରହଣି କରିବାର ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଏକ ନୂଆ ରେଳ ରହଣି ସ୍ଥଳ ଯୋଡ଼ି ହୋଇଛି ବୋଲି ଅତିଥିମାନେ କହିଛନ୍ତି। ଅଟ୍ରି ସମ୍ପ୍ରତି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବାବେଳେ ଏହାର ନୂଆ ପରିଚୟ ସୃଷ୍ଟି ହୋଇପାରିବ।

ଏହି ରେଳ ରହଣିସ୍ଥଳ ଦ୍ବାରା ଲୋକମାନେ ବିଶେଷ ଉପକୃତ ହେବେ ଏବଂ ସ୍ୱଳ୍ପ ମୂଲ୍ୟରେ ଯାତାୟାତ କରିପାରିବେ ବୋଲି ମୁଖ୍ୟଅତିଥି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ବିଶେଷ କରି ଏହି ରେଳ ରହଣି ସ୍ଥଳ ଦ୍ବାରା ୧୫ରୁ ଅଧିକ ପଞ୍ଚାୟତର ଲକ୍ଷାଧିକ ଲୋକ ଉପକୃତ ହୋଇପାରବେ ବୋଲି ଜଣାପଡ଼ିଛି। ଡିସେମ୍ବର ସୁଦ୍ଧା ସାନପଦରରେ ଆଉଏକ ରେଳ ରହଣିସ୍ଥଳ ଲୋକାର୍ପଣ କରାଯିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପକୁମାର ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରବନ୍ଧକ ହରବିନ୍ଦର ସିଂ ବାଜୱା ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ରେଳପଥରେ ପ୍ରଥମ ଥର ପାଇଁ ଭୁବନେଶ୍ୱର -ଦଶପଲ୍ଲା ରେଳଗାଡ଼ିକୁ ନୀଳ ପତାକା ଦେଖାଇ ସାଂସଦ ଶୁଭାରମ୍ଭ କରିଥିଲେ। ରେଳବିଭାଗ ସିଏଲଆଇ ଚିତ୍ତରଞ୍ଜନ ନାୟକ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷାବିତ୍‌ ଅକ୍ଷୟ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories