www.samajalive.in
Sunday, December 14, 2025
26.1 C
Bhubaneswar

ଅଫିସର ବାଣ୍ଟୁଥିଲେ ଟିକେଟ୍, ନବୀନ ବାବୁ ନିଜେ ବାଣ୍ଟିଥିଲେ, ବିଜେଡି ପୁଣି ସରକାର କରିଥାନ୍ତା : ସୁନନ୍ଦା

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ସୁନନ୍ଦା ବିଜେଡିରୁ ଇସ୍ତଫା ଦେବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଅଫିସରମାନେ ବିଜେଡି ଟିକେଟ୍ ବାଣ୍ଟୁଥିଲେ। ମୋ​‌ତେ ଡିଏସ୍ କୁଚ୍ଚେ ଏବଂ ଆଶିଷ ସିଂଙ୍କୁ ଦେଖା କରିବାକୁ କୁହାଯାଇଥିଲା। ମୁ ମଧ୍ୟ ଟିକେଟ୍ ପ୍ରସଙ୍ଗରେ ସେମାନଙ୍କୁ ଦେଖା କରିଥିଲି। ସେମାନେ ମୋତେ ଟିକେଟ୍ ମିଳିବା ନେଇ ସାନ୍ତ୍ଵନା ଦେଇଥିଲେ । ତେବେ ତତ୍‌କାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାଁ ନ ନେଇ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ସୁନନ୍ଦା। ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ। ତେଣୁ ମୋର ତାଙ୍କ ଉପରେ ଟିକେଟ୍ ମିଳିବା ନେଇ ସମ୍ପୂର୍ଣ୍ଣ ଭରସା ଥିଲା। ସେ କହିଥିଲେ ଟିକେଟ୍ ଦେବା ଲୋକ ମୁଁ, ଏବଂ ଟିକେଟ୍ କାଟିବା ଲୋକ ମୁଁ। ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକିକି ମିଶାଇଥିଲେ। ୨୦୧୯ରେ ମୁଁ ବରୀରେ ନିର୍ବାଚନ ଜିତିବା ପରେ ବରୀବାସୀଙ୍କ ପାଇଁ କାମ କରୁଥିଲି। ରାତିରେ ମୋତେ ବେଷ୍ଟ ଅଫ୍ ଲକ୍ କୁହାଯାଇ ସକାଳେ ମୋ ଟିକେଟ୍ କଟାଯାଇଛି। ତେଣୁ ଟିକେଟ୍ କାହିଁକି କଟିଲା , ତାଙ୍କୁ ପଚାରନ୍ତୁ ସେ କହିପାରିବେ। ମୋ ଟିକେଟ୍ ସେ ହିଁ କାଟିଛନ୍ତି ବୋଲି କହିଛନ୍ତି ସୁନନ୍ଦା। ଆହୁରି ମଧ୍ୟ ସେ କହିଛନ୍ତି ନବୀନ ବାବୁ ନିଜେ ଟିକେଟ୍ ବାଣ୍ଟିଥିଲେ, ବିଜେଡି ପୁଣି ସରକାର କରିଥାନ୍ତା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories