www.samajalive.in
Saturday, December 6, 2025
17.1 C
Bhubaneswar

ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ଘଟଣା: ୨ ଅଭିଯୁକ୍ତ କୋର୍ଟ ଚାଲାଣ, ଜଣେ ଫେରାର 

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ବିଟର କାଞ୍ଚନମୁହି, ପୁଞ୍ଜଓମ ଏବଂ ଜୀରଓଗାଁ ଅଞ୍ଚଳରେ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ରାଜ୍ୟରେ ଦିନକୁ ଦିନ ବନ୍ୟ ଜୀବଜନ୍ତୁ ହ୍ରାସ ପାଉଥିବାବେଳେ ଶିକାରୀମାନେ ବିଭିନ୍ନ ଉପାୟ ଓ ବିଦ୍ୟୁତ ତାର ବିଛାଇ ବନ୍ୟ ଜୀବଜନ୍ତୁଙ୍କୁ ଶିକାର କରୁଛନ୍ତି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ସ୍ଥିତ କାଞ୍ଚନ ମୁଖି, ପୁଞ୍ଜାମ ଓ ଜିରାଗାଁ ଜଙ୍ଗଲ ଅଞ୍ଚଳରେ ଏଭଳି ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା ଅଭିଯୋଗ ହୋଇ ଆସୁଥିଲା।

ସୂଚନାନୁସାରେ, ପାହାଡପଦର ଅଞ୍ଚଳରେ ଅନେକ ସମୟରେ ବିଦ୍ୟୁତ୍ ବାରମ୍ବାର କାଟ ହେଉଥିବାରୁ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ଏହି ଅଞ୍ଚଳକୁ ଯାଞ୍ଚ ପାଇଁ ଶୁକ୍ରବାର ସନ୍ଧ୍ୟାରେ ଯାଇଥିଲେ। ହେଲେ ଏହି ଅଞ୍ଚଳରେ ବ୍ୟାପକ ଭାବରେ ବିଦ୍ୟୁତ୍ ତାର ଲଗାଇ ଦୁର୍ବୃତ୍ତମାନେ ଜଙ୍ଗଲୀ ବାର୍‌ହା, ହରିଣ, ଠେକୁଆ କୁଟୁରା ଭଳି ଅନେକ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରୁଥିବା ଜଣାପଡ଼ିଥିଲା। ଜଙ୍ଗଲରେ ଥିବା ପ୍ରତ୍ୟେକ ବିଦ୍ୟୁତ୍ ଖୁଣ୍ଟରୁ ତାର ଟାଣି ଜଙ୍ଗଲର ଅନେକ ସ୍ଥାନରେ ତାର ବିଛାଇ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରୁଥିବାବେଳେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର, ଟାଙ୍ଗିଆ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ବନବିଭାଗକୁ ଅବଗତ କରିବାପରେ ବନବିଭାଗ ତଦନ୍ତ ଆରମ୍ଭ କରିଥିଲା। ବନବିଭାଗର ତଦନ୍ତ ପରେ ପୁଞ୍ଜାମ ଗାଁର ହାନ୍ଦା ମାଝୀ, କାଞ୍ଚନମୁଖିର ଲକି ମାଝୀଙ୍କୁ ଏବଂ କେନ୍ଦୁଗୁଡ଼ା ଗାଁର ରାଜୁ ମାଝୀ ତିନିଜଣ ଏହି କାର୍ଯ୍ୟରେ ଲିପ୍ତ ଥିବା ଜାଣିବାକୁ ପାଇଥିଲେ। ସୋମବାର ପୁଞ୍ଜାମ ଗାଁର ହାନ୍ଦା ମାଝୀ, କାଞ୍ଚନମୁଖିର ଲକି ମାଝୀଙ୍କୁ ଗିରଫ କରି ତଦନ୍ତ ଚଳାଇଥିବାବେଳେ ଏନେଇ ବନ୍ୟଜନ୍ତୁ ସୁରକ୍ଷା ୧୯୭୨ ଅନୁଯାୟୀ ଧାରା ୯, ୩୯(୧)ଡିରେ କେସ୍ ନଂ ୬୨/ ୨୪-୨୫ରେ ଏକ ମାମଲା ରୁଜୁକରି ମଙ୍ଗଳବାର ହାନ୍ଦା ମାଝୀ ଓ ଲକି ମାଝୀ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଉଜଣେ ଅଭିଯୁକ୍ତ ଫେରାର ଥିବା ବନ ବିଭାଗ ଏସିଏଫ ନରୋତ୍ତମ ମାଝୀ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories