www.samajalive.in
Friday, December 5, 2025
17.1 C
Bhubaneswar

ମହାବାତ୍ୟାକୁ ୨୫ ବର୍ଷ

ଭୁବନେଶ୍ଵର: ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ଆଜି ବି ମନେ ପଡେ ସେଦିନର ସେହି କାଳ ରାତି।  ୧୯୯୯ ମସିହା ଆଜିର ଦିନରେ ଓଡିଶା ଦେଖିଥିଲା ମହାବାତ୍ୟା। ଆଜି ବି ସେଦିନ କଥା ମନେ ପଡିଲେ ଲୋମ ଟାଙ୍କରୀ ଉଠେ। ଏଭଳି ସ୍ଥିତି ହେବ ବୋଲି କେହି କେବେ ଭାବିନଥିଲେ। ମହାବାତ୍ୟାର ତାଣ୍ଡବରେ କିଏ ନିଜ ପରିବାର ଲୋକଙ୍କ ହରାଇଥିଲା ତ ଆଉ କିଏ ନିଜ ବନ୍ଧୁ ପରିଜନଙ୍କୁ। ଆଜି ବି ଅନେକ ଲୋକ ମହାବାତ୍ୟାର ସେହି କରାଳ ରୂପକୁ ଭୁଲିପାରିନାହାନ୍ତି। ଅକ୍ଟୋବର ୨୯ ତାରିଖ ଆସିଲେ ସେ ଦିନର କଥା ମନେପଡେ। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ କ୍ଷେତ୍ର । ଯାହା କ୍ରମଶଃ ବାତ୍ୟାରେ ପରିଣତ ହୋଇ ଅକ୍ଟୋବର ୨୯ ତାରିଖରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ଘଣ୍ଟା ପ୍ରତି ୨୬୦ କିମି ବେଗରେ ବହିଥିଲା ପବନ। ଆଉ ମାଡି ଆସିଥିଲା ସମୁଦ୍ର ଜୁଆର।  ପ୍ରଭାବିତ ହୋଇଥିଲେ ଲକ୍ଷ ଲକ୍ଷ ଲୋକ। ପ୍ରାୟ ୯ ହଜାରରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ। ତେବେ କୁହାଯାଏ ଏହି ସଂଖ୍ୟା ଆହୁରି ଅଧିକ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories