ପାଟଣାରେ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ
ପାଟଣା : ସୋମବାର ପୂର୍ବାହ୍ନ ୧୦ ଟା ସମୟରେ ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏନେଇ ରାଜ୍ୟ ସ୍ତରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ଭୁବନେଶ୍ୱର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଓ ଓଡ଼ିଶା ଭିଜିଲାନ୍ସର ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଉପରେ ସବିଶେଷ ଆଲୋକପାତ କରିଥିଲେ। ପରେ ସେ ସାରା ଓଡ଼ିଶାର ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଇଥିଲେ। ପାଟଣା ବ୍ଲକ ଭିଡିଓ ସମ୍ମିଳନୀ କକ୍ଷରେ ବିଡ଼ିଓ ଶିବଶଙ୍କର ମୁର୍ମୁ, ତହସିଲଦାର ଲୀଳାବତୀ ନାଏକ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳ, ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ଏପିଓ ଦୀପକ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଝା ଓ ନିର୍ବାହୀ ଅଧିକାରୀ ସୁଧାଂଶୁ ପାଇକରାୟ ପ୍ରମୁଖ ଯୋଗଦେଇ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ।
Comments are closed.