www.samajalive.in
Saturday, December 13, 2025
23.1 C
Bhubaneswar

କହ୍ନେୟାଙ୍କ ପାଇଁ ଲାଲୁଙ୍କୁ ଜେଲରେ ଭେଟିବେ ଡି. ରାଜା

ପାଟନା : ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇପଡ଼ିଥିବା ଜେଏନ୍‌ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାରଙ୍କ ବେଗୁସରାଇରୁ ଲୋକସଭା ପ୍ରାର୍ଥୀତ୍ବ ପାଇଁ ସିପିଆଇ ନେତା ଡି. ରାଜା ରାଞ୍ଚି କାରାଗାରରେ ଲାଲୁଙ୍କୁ ଭେଟିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ତାଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ ସତ୍ତ୍ବେ କହ୍ନେୟା କୁମାର ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ସିପିଆଇ ପକ୍ଷରୁ ସ୍ପଷ୍ଟ କରିଛି। ସେ ବେଗୁସରାଇରୁ କହ୍ନେୟା ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଦଳ ସୂଚନା ଦେଇଛି। ଏ ନେଇ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସହିତ କ୍ରମାଗତ ଭାବେ ଯୋଗାଯୋଗ ଜାରି ରହିଛି। ଅନ୍ୟପଟେ ଆର୍‌ଜେଡି କହ୍ନେୟାଙ୍କୁ ସମର୍ଥନ କରୁ ନ ଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସିପିଆଇ ଅସ୍ବୀକାର କରିଛି। ସୂଚନା ମୁତାବକ ବିହାରରେ ତିନ ଆସନ ଯଥା ବେଗୁସରାଇ, ଉଜିଆରପୁର ଓ ବିଭୁତିପୁରରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ସିପିଆଇ ଆରଜେଡି ସହିତ ଆଲୋଚନା କରୁଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories