www.samajalive.in
Thursday, December 11, 2025
26.1 C
Bhubaneswar

ଅଙ୍ଗନବାଡ଼ିରେ ହେବ ‘ମମତା ଗୃହ’, ୨୫୮୪.୩୮ କୋଟିର କାର୍ଯ୍ୟ ଯୋଜନା ଅନୁମୋଦିତ

ଭୁବନେଶ୍ବର : ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର ଗୁଣାତ୍ମକ ବିକାଶ ପାଇଁ ୨୦୧୯-୨୦ ଆର୍ଥିକବର୍ଷ ନିମନ୍ତେ ରାଜ୍ୟ ସରକାର ୨୫୮୪.୩୮ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି। ୨୦୧୮-୧୯ ପାଇଁ ପ୍ରାୟ ୨୧୯୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଆସନ୍ତା ଆର୍ଥିକବର୍ଷ ପାଇଁ ୧୭.୫% ଅଧିକ ବ୍ୟୟ ବରାଦ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକରେ ଏହି କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦିଆଯାଇଛି।
ବୈଠକରେ ଅଙ୍ଗନବାଡି କେନ୍ଦ୍ରରେ ‘ମମତା ଗୃହ’ର ଆବଶ୍ୟକତା ଉପରେ ଆଲୋଚନା କ୍ରମେ ଗର୍ଭବତୀ ଓ ମା’ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ନିମନ୍ତେ ଏହି ଗୃହର ଆବଶ୍ୟକତାକୁ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନଙ୍କ ପାଇଁ ସାଧାରଣ ଔଷଧ ଓ ଭିଟାମିନ୍ କିଟ୍ ଯୋଗାଇ ଦିଆଯିବ। ସେହିପରି ପର୍ଯ୍ୟାୟକ୍ରମେ ସବୁ ଅଙ୍ଗନବାଡିକୁ ଏଲ୍.ପି.ଜି ଗ୍ୟାସ୍ ଓ ରିଫିଲ୍ ସିଲିଣ୍ଡର ଯୋଗାଇ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଗ୍ରାମ ଓ
ଜନବସତିକୁ ଲାଗି ରହିଥିବା ଉପଯୁକ୍ତ ସ୍ଥାନ ବାଛିବାକୁ ନିଷ୍ପତ୍ତି ହୋଇଛି।
ଅଙ୍ଗନବାଡ଼ି ଗୃହ କାନ୍ଥର ସୌନ୍ଦର୍ଯ୍ୟକରଣ, ଆଭ୍ୟନ୍ତର ସାଜସଜ୍ଜା, ରୋଷେଇ ବଗିଚା, ପାଚେରି, ବିଦ୍ୟୁତିକରଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ଶୌଚାଳୟ ଆଦି ସହ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଅଧିକ ଉନ୍ନତ କରାଯିବ।
ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବାର୍ଷିକ ଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି।
ଏହିସବୁ କାର୍ଯ୍ୟ ମନରେଗା ସହ ସମନ୍ୱିତ ଭାବେ କରିବା ପାଇଁ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ ପରାମର୍ଶ ଦେଇଛନ୍ତି।
ବିଭାଗୀୟ ନିର୍ଦେଶକ ରେଘୁ .ଜି କହିଥିଲେ ଅନୁମୋଦିତ ଏହି କାର୍ଯ୍ୟଯୋଜନା ଭାରତ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।
ବୈଠକରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ଶକ୍ତି ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories