www.samajalive.in
Sunday, December 7, 2025
26.1 C
Bhubaneswar

ଧନତେରସ୍‌ରେ ଭୁଲ୍‌ରେ ବି କିଣନ୍ତୁ ନାହିଁ ଏହି ୪ଟି ଜିନିଷ; ନଚେତ୍‌..

ହିନ୍ଦୁ ଧର୍ମରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ । ଏହି ପର୍ବ ଦୀପାବଳିର ୨ ଦିନ ପୂର୍ବରୁ ପାଳନ କରାଯାଏ । ଏହି ଦିନ ଜିନିଷ କିଣିବା ପାଇଁ ଶୁଭଙ୍କର ବୋଲି ମାନ୍ୟତା ରହିଛି । ତେଣୁ ଧନତେରସରେ ଲୋକେ ନୂଆ ବାସନ, ସୁନା-ରୁପାର ଗହଣା, ଗାଡି, ଭୂମି ଆଦି କିଣି ଥାନ୍ତି । ତେବେ ଏଭଳି କିଛି ଜିନିଷ ରହିଛି, ଯାହାକୁ ଧନତେରସରେ କିଣିବା ପାଇଁ ବାରଣ କରାଯାଇଛି । ଏହାକୁ କିଣିଲେ ଧନ-ସମ୍ପତ୍ତି କ୍ଷୟ ସହ ଧନର ଅଭାବ ଓ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ଜାଣନ୍ତୁ..

କଳାରଙ୍ଗର ଜିନିଷ – ଏହି ଦିନଟି ଖୁବ୍‌ ଶୁଭ ବୋଲି ମାନ୍ୟତା ରହିଛି । ତେଣୁ ଧନତେରସରେ କୌଣସି କଳାରଙ୍ଗର ଜିନିଷ କିଣନ୍ତୁ ନାହିଁ । ନଚେତ୍‌ ଜୀବନରେ ନକରାତ୍ମକ ପ୍ରଭାବ ଓ ଅଶାନ୍ତି ଲାଗି ରହିଥାଏ ।

- Advertisement -

କାଚ ଜିନିଷ- ଧନତେରସକୁ ସୁଖ-ସମୃଦ୍ଧି ଓ ଧନ ପ୍ରାପ୍ତିର ପର୍ବ ବୋଲି କୁହାଯାଏ । ତେଣୁ ଏହି ଦିନ କାଚ ଜିନିଷ କିଣନ୍ତୁ ନାହିଁ । ଜୀବନରେ ଏହାର ଅଶୁଭ ପ୍ରଭାବ ପଡିଥାଏ । ସୁଖ-ସମୃଦ୍ଧି ଦୂରେଇ ଯାଏ ।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

ଲୁହା ଜିନିଷ – ଜ୍ୟୋତି ଶାସ୍ତ୍ର ଅନୁସାରେ ଏହି ଦିନ ଲୁହା ଜିନିଷ କିଣିବା ଶୁଭଙ୍କର ନୁହେଁ । ଲୁହା ଜିନିଷ କିଣିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଟଙ୍କାର ଅଭାବ ହୋଇଥାଏ।

ସୋରିଷ ତେଲ – ଏହି ଦିନ ସୋରିଷ ତେଲ କିଣିବା ଦ୍ୱାରା ଜାତକରେ ଶନି ଗ୍ରହ ଦୁର୍ବଳ ହୋଇ ଥାଆନ୍ତି । ଶନିଙ୍କ ଅଶୁଭ ଫଳ ମିଳିବା ସହ ଜୀବନରେ ସମସ୍ୟା ଲାଗି ରହିଥାଏ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories