www.samajalive.in
Saturday, December 6, 2025
26.1 C
Bhubaneswar

୩୩୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ ୪୦ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଆୟୋଜିତ ରୋଜଗାର ମେଳାରେ ଯୋଗ ଦେଇ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରାୟ ୩୩୦ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଥିଲେ। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଆୟକର ବିଭାଗ, ଆଇଆଇଟି ଭୁବନେଶ୍ବର, ସିଆରପିଏଫରେ ଜଣେ ଲେଖାଏଁ, ସିଆଇଏସଏଫରୁ ତିନି ଜଣ, ପୂର୍ବତଟ ରେଳବାଇରେ ୧୩ ଜଣ, ଭାରତୀୟ ଷ୍ଟେଟବ୍ୟାଙ୍କରେ ୨୪ ଜଣ, ଏମ୍ସ ଭୁବନେଶ୍ୱରରୁ ୭୦ ଜଣ ଓ ଡାକ ବିଭାଗରେ ୨୧୭ ଜଣଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦପଦବୀ ପୂରଣ ଏବଂ ଯୁବବର୍ଗଙ୍କୁ ରୋଜଗାର ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ କ୍ରମାଗତ ଭାବେ ରୋଜଗାର ମେଳା ଆୟୋଜନ କରାଯାଇ ଆସୁଛି।

ସିଏସଆଇଆର-ଆଇଏମଏମଟି ପରିସରରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ୍ କହିଛନ୍ତି, ବର୍ତ୍ତମାନର ସରକାର ସାର୍ବଜନୀନ ରୋଜଗାର ମେଳା ଆୟୋଜନ କରି ଯୁବବର୍ଗଙ୍କୁ ବ୍ୟାପକ ସଂଖ୍ୟାରେ ସରକାରୀ ଚାକିରି ଦେଉଛନ୍ତି। ଦେଶର ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅଭିନବ ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, ଏଭଳି କାର୍ଯ୍ୟକ୍ରମ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ଚାକିରି ସୁଯୋଗ ଦେବା ସହ ସେମାନଙ୍କୁ ରୋଜଗାରକ୍ଷମ ହେବା ଲାଗି ଅନୁପ୍ରାଣିତ କରିବ। ସରକାର କେବଳ ଚାକିରି ସୃଷ୍ଟି କରୁନାହାନ୍ତି, ବରଂ ଯୁବବର୍ଗଙ୍କୁ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ବୋଲି ଶ୍ରୀ ଓରାମ୍ କହିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories