www.samajalive.in
Saturday, December 6, 2025
16.1 C
Bhubaneswar

ଘରୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣା: ହସ୍ପିଟାଲ ସାମ୍ନାରେ ଧାରଣାରେ ବସିଲେ ପରିବାର

କଟକ: କଟକ ସିଡିଏ ମର୍କତନଗରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଘଟଣାରେ ମଙ୍ଗଳବାର ହସ୍ପିଟାଲ ସାମ୍ନାରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ। ଡାକ୍ତରଙ୍କୁ ଗିରଫ ଦାବି ଓ ହସ୍ପିଟାଲକୁ ସିଲ୍‌ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି। ଗୁରୁତର ନବଜାତ ଶିଶୁପୁତ୍ରକୁ ଭେଣ୍ଟିଲେଟର ନ ଲଗାଇ ୫୦ ହଜାର ଟଙ୍କା ନେବାପରେ ମଧ୍ୟ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କଟକ ସିଡିଏ ସେକ୍ଟର-୭ରେ ନ୍ୟୁ ବର୍ଣ୍ଣ ଆଣ୍ଡ୍ ପେଡିଆଟ୍ରିକ୍ ହେଲ୍‌ଥ ସେଣ୍ଟର ନାଁରେ ଥିବା ଏହି ହସ୍ପିଟାଲରେ ଗତ ୨୬ ତାରିଖରେ ଯାଜପୁର ମେଡିକାଲରେ ଜନ୍ମ ହୋଇଥିବା ଏକ ଶିଶୁକୁ ଅକ୍ସିଜେନ୍ ସ୍ତମ କମିବାରୁ ତା’ର ବାପା କଟକ ଆଣି ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଭେଣ୍ଟିଲେଟର ଲାଗିବ କହି ହଜାର ହଜାର ଟଙ୍କା ନେବା ପରେ ମଧ୍ୟ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ଅଭାବରୁ ଦିନକ ପରେ ଶିଶୁପୁତ୍ରଟି ଗୁରୁତର ହୋଇ ପଡ଼ିଥିଲା। ଏପରି ସ୍ଥିତିରେ ଡାକ୍ତରଙ୍କ ଅଣଦେଖାରୁ ଶିଶୁପୁତ୍ରର ସୋମବାର ସକାଳେ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ଶିଶୁର ମୃତ୍ୟୁ ପରେ ମଧ୍ୟ ଔଷଧ ଏବଂ ଚିକିତ୍ସା ବାବଦକୁ କ୍ଲିନିକର ଡାକ୍ତର ୪୦ ହଜାର ଟଙ୍କା ମାଗୁଥିବା ପରିବାର ଲୋକ କହିଛନ୍ତି। ଏପରିକି ଘଟଣାକୁ ଚପାଇ ଦେବାକୁ ପରିବାର ଲୋକଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ୧୦ ହଜାର ଟଙ୍କା ଯାଚିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲରେ ପରିବାର ଲୋକେ ପାଟିତୁଣ୍ଡ କରିଥିଲେ। ପରେ ପରିବାର ଲୋକ ଏନେଇ କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମର୍କତନଗର ଥାନା ପେୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଜାରି ରଖିଛି।

- Advertisement -

ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷ ଏହି ଘଟଣା ଉପରେ ମୁହଁ ଖୋଲି ନାହାନ୍ତି। ତେବେ ଏହି ଘଟଣାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ଏହି ଘଟଣା ତଦନ୍ତ ସାପେକ୍ଷ। ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଉକ୍ତ ନର୍ସିଂହୋମ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତରିକ୍ତ ଜିଲାପାଳ ଉମାକାନ୍ତ ରାଜ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories