www.samajalive.in
Tuesday, December 9, 2025
17.1 C
Bhubaneswar

ବାଂଲାଦେଶରେ ବଢ଼ି ଚାଲିଛି ହିନ୍ଦୁଙ୍କ ପ୍ରତି ନିର୍ଯାତନା: ଚାକିରିରୁ ଇସ୍ତଫା ଧମକ, ଲଭ୍‌ ଟ୍ରାପ୍‌ ଅପପ୍ରଚାର

ଢାକା: ଶେଖ ହସିନା ସରକାରଙ୍କ ପତନ ପରେ ଗତ ଅଗଷ୍ଟରେ ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଗଠନ କରାଯାଇଛି। ବାଂଲାଦେଶରେ ମୌଳବାଦୀମାନେ ସକ୍ରିୟ ହୋଇ ଉଠିଥିବାବେଳେ ସେଠାରେ ବାସ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟ, ବିଶେଷ କରି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଆନ୍ତର୍ଜାତିକ ସ୍ତରରେ କଡା ସମାଲୋଚନା ହେବାପରେ ହିନ୍ଦୁଙ୍କ ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଘଟଣା ଯଥେଷ୍ଟ ହ୍ରାସ ପାଇଛି ସତ, ତେବେ ମୌଳବାଦୀମାନେ ଏବେ ମାନସିକ ସ୍ତରରେ ହିନ୍ଦୁମାନଙ୍କୁ ନିର‌୍ୟାତନା ଦେଉଥିବା ଜଣାପଡିଛି। ସରକାରୀ ଚାକରି କରୁଥିବା ହିନ୍ଦୁଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ଚିଟ୍ଟାଗଙ୍ଗ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର‌୍ୟ୍ୟ କରୁଥିବା ରଣ୍ଟୁ ଦାସଙ୍କୁ ଇସ୍ତଫା ଦେବାକୁ ବାରମ୍ବାର ବାଧ୍ୟ କରାଯାଇଥିଲା। ଇସ୍ତଫା ନ ଦେଲେ ହତ୍ୟା କରାଯିବ ବୋଲି ଧମକ ମିଳିବାରୁ ରଣ୍ଟୁ ବାଧ୍ୟ ହୋଇ ଚାକିରିରୁ ଇସ୍ତଫା ଦେଇଛନ୍ତି। କେବଳ ଶିକ୍ଷା ବିଭାଗ ନୁହେଁ, ପୁଲିସ ବିଭାଗରେ ଚାକରି କରୁଥିବା ହିନ୍ଦୁ ମଧ୍ୟ ଏଭଳି ଧମକର ଶିକାର ପାଲଟୁଥିବା ଜଣାପଡିଛି। ନିକଟରେ ପୁଲିସ ଏକାଡେମୀରୁ ତାଲିମ ଶେଷ କରିଥିବା ୯୧ ଜଣ ହିନ୍ଦୁ ପୁଲିସ ସବ୍‌ ଇନିସପେକ୍ଟରଙ୍କୁ ବହିଷ୍କୃତ କରାଯାଇଛି। ତାଲିମ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର‌୍ୟ୍ୟାନୁ​‌ଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। ଶେଖ ହସିନାଙ୍କ ଶାସନକାଳରେ ଏମାନଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ମିଳିଥିଲା। ପୁନଶ୍ଚ ଶାରଦା ପୁଲିସ ଏକାଡେମୀରେ ତାଲିମ ନେଉଥିବା ଏଏସ୍‌ପି ପାହ୍ୟାର ୬୦ ଜଣ ହିନ୍ଦୁ ଅଧିକାରୀଙ୍କ ତାଲିମ ମିଆଦକୁ ଅଯଥାରେ ବୃଦ୍ଧି କରାଯାଇଛି। ଫଳରେ ଏହି ପୁଲିସ ଅଧିକାରୀଙ୍କ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଛି। ବାଂଲାଦେଶରେ ବର୍ତ୍ତମାନ ହିନ୍ଦୁ ବିରୋଧୀ ହାୱା ପ୍ରବାହିତ ହେଉଥିବା କୁହାଯାଇଛି।
ସରକାରୀ ଚାକିରି ବ୍ୟତୀତ ଲଭ୍‌ ଜିହାଦ୍‌ ପ୍ରସଙ୍ଗରେ ମଧ୍ୟ ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି। ବାଂଲାଦେଶରେ ଏହାକୁ ‘ଲଭ୍‌ ଟ୍ରାପ୍‌’ ଆଖ୍ୟା ଦିଆଯାଇଛି। ବାଂଲାଦେଶରେ ବାସ କରୁଥିବା ହିନ୍ଦୁ ସଂପ୍ରଦାୟର ପୁରୁଷମାନେ ମୁୁସଲିମ ମହିଳାଙ୍କୁ ପ୍ରେମଜାଲରେ ଫସାଇ ବିବାହ କରୁଥିବା ଅପପ୍ରଚାର ଚାଲିଛି। ଏଭଳି ପୁରୁଷଙ୍କ ପ୍ରତି ସତର୍କ ରହିବାକୁ ମୁସଲିମ ମହିଳାଙ୍କୁ ମୌଳବାଦୀ ପରାମର୍ଶ ଦେଉଛନ୍ତି। ଏ ସମ୍ପର୍କିତ ପୋଷ୍ଟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଦୁର୍ଗାପୂଜା ସମୟରେ କେତେକ ସ୍ଥାନରେ ପ୍ରତିମା ଭଙ୍ଗାରୁଜା କରାଯିବା ସହ ମନ୍ତ୍ର ଉଚ୍ଚାରଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା। ଏଭଳି ଆକ୍ରୋଶର ସମ୍ମୁଖୀନ ହେଉଥିବା ହିନ୍ଦୁମାନେ ନିକଟରେ ବିଶାଳ ଶୋଭାଯାତ୍ରା ବାହାର କରି ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶେଖ ହସିନାଙ୍କ ଭାରତ ପ୍ରୀତିକୁ ବର୍ତ୍ତମାନର ଅନ୍ତରୀଣ ସରକାର ଭଲ ଦୃଷ୍ଟିରେ ଦେଖୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହିନ୍ଦୁ ସଂପ୍ରଦାୟଙ୍କ ପକ୍ଷରୁ ଅନ୍ତରୀଣ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦେଶରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ପ୍ରତିଷ୍ଠା, ସଂଖ୍ୟାଲଘୁଙ୍କ ବିରୋଧରେ ହୋଇଥିବା ଆକ୍ରମଣ ଘଟଣାର ଶୀଘ୍ର ଶୁଣାଣି, ହିନ୍ଦୁ ପର୍ବରେ ସରକାରୀ ଛୁଟି ଘୋଷଣା, ହିନ୍ଦୁଙ୍କ ସମ୍ପତ୍ତିି କବ୍‌ଜା କରିଥିବା ଲୋକଙ୍କଠାରୁ ଏହା ଫେରାଇ ଆଣିବା ଭଳି ଦାବି ଏଥିରେ ସାମିଲ ରହିଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories