www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରକକୁ ପଛରୁ ପିଟିଲା ଟ୍ରକ, ଚାଳକ ଗୁରୁତର

ଅମର୍ଦ୍ଦାରୋଡ଼: ବାଲେଶ୍ବର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବାରମାଢିଆ ଛକ ନିକଟରେ ଚଳନ୍ତା ଟ୍ରକର ପଛକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ପଛ ଟ୍ରକର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାଳକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲା କାଞ୍ଚିକଚେର୍ଲା ଥାନା ଅଞ୍ଚଳର ଅନୀଲ କୁମାର(୩୬)।

ସୂଚନା ଅନୁସାରେ, ରବିବାର ପୂର୍ବାହ୍ନ ୧୧ଟା ସମୟରେ ଏକ ଅଣ୍ଡା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ ବାହାରି ପଶ୍ଚିମବଙ୍ଗ ଯାଉଥିବା ସମୟରେ ସାମ୍ନାରେ ସମାନ ଦିଗରେ ଯ‍ାଉଥିବା ଏକ ଲଙ୍କା ବୋଝେଇ ଟ୍ରକ ବାରମାଢିଆ ଛକ ନିକଟରେ ହଠାତ୍ ବ୍ରେକ ମାରିଥିଲା। ଯଦ୍ବାରା ଅଣ୍ଡା ବୋଝେଇ ଟ୍ରକଟି ଲଙ୍କା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରକର ସମ୍ମୁଖ ଭାଗରେ ଭଗ୍ନାବଶେଷ ମଧ୍ୟରେ ଚାଳକ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଜାତୀୟ ରାଜପଥ ପହରା ପୁଲିସ ଏବଂ ବସ୍ତା ଥାନା ପୁଲିସ ପହଞ୍ଚି ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ୨ ଟ୍ରକକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories