ଗୁଣବତ୍ତା ପରୀକ୍ଷାରେ ଫେଲ୍ ୪୬ଟି ଔଷଧ, ଆପଣ ଖାଉନାହାନ୍ତି ତ?

ଡେସ୍କ: ବଜାରରେ ଉପଲବ୍ଧ ଔଷଧ ଉତ୍ପାଦର ଗୁଣବତ୍ତାକୁ ନେଇ କେନ୍ଦ୍ରୀୟ ଔଷଧ ନିୟାମକ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। ଲାଇଫ୍ ମ୍ୟାକ୍ସ କ୍ୟାନସର ଲାବୋରେଟୋରିଜ୍ ଦ୍ୱାରା ନିର୍ମିତ ବହୁଳ ଭାବେ ବ୍ୟବହୃତ କ୍ୟାଲସିୟମ ସପ୍ଲିମେଣ୍ଟ ଶେଲକାଲ ୫୦୦ (Shelcal 500) ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି।

ମୋଟ ୪୯ଟି ଔଷଧ ନମୁନାକୁ ‘ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି’ ବୋଲି ବିବେଚନା କରାଯାଇଛି, ଯେଉଁଥିରେ ପାରାସିଟାମୋଲ୍, ଅକ୍ସିଟୋସିନ୍ ଏବଂ ଫ୍ଲୁକୋନାଜୋଲ୍ ଭଳି ବହୁଳ ବ୍ୟବହାର ଔଷଧ ରହିଛି। ସିଡିଆରଏର ଯାଞ୍ଚରେ ପାଖାପାଖି ୩ ହଜାର ନମୁନା ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରୁ ୧.୫% ଔଷଧ ନିମ୍ନମାନର ବୋଲି ଜଣାପଡିଛି।

ନକଲି ତାଲିକାଭୁକ୍ତ ହୋଇଥିବା ଔଷଧ ଗୁଡ଼ିକ ହେଉଛି –
୧. Tamsulosin and Dutasteride Tablets (UrimaxD)
୨. Calcium and Vitamin D3 Tablets I.P (SHELCAL 500)
୩. Pantoprazole Gastro-Resistant and Domperidone ProlongedRelease Capsules I.P. (PAN-D)
୪. Nandrolone Decanoate Injection IP 25mg/ml (DecaDurabolin 25 Inj.)
୫. Tamsulosin and Dutasteride Tablets (UrimaxD)

ଏହାବ୍ୟତୀତ ଗୁଣାତ୍ମକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିବା ୪୯ଟି ଔଷଧର ବିସ୍ତୃତ ବିବରଣୀ ଏହି ରିପୋର୍ଟରେ ଦିଆଯାଇଛି। ଏହି ତାଲିକାରେ ଆଲକେମ୍ ହେଲ୍ଥ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ ଓ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ ଭଳି ପ୍ରତିଷ୍ଠିତ କମ୍ପାନିର ବିଭିନ୍ନ ଉତ୍ପାଦ ରହିଛି।
୬. Neurotem-NT
୭. Cefuroxime Axetil Tablets IP 500 mg (JKMSCL Supply)
୮. Loperamide Hydrochloride Tablets IP (JKMSCL Hospital Supply)
୯. Floxages-OZ (Ofloxacin and Ornidazole Tablets IP)
୧୦. Wintel 40 Tablets
୧୧. Moxica -250 [Amoxicillin Dispersible Tablets IP 250 mg]
୧୨. Frusemide Injection IP 20 mg
୧୩. Cloxacillin Sodium Capsules IP 250 mg
୧୪. Fluorometholone Eye Drops IP
୧୫. Panlib 40 Tablets
୧୬. B – Cidal 625
୧୭. Trypsin, Bromelain & Rutoside Trihydrate Tablets [Flavoshine]
୧୮. C Mont LC Kid 60 ml (Montelukast & Leveocetirizine Dihydrochloride syrup)
୧୯. Yogaraja Guggulu Tablet
୨୦. Telmisartan Tab IP 40 mg
୨୧. Pantoprazole Inj. BP 40 mg
୨୨. Glimepiride Tab IP
୨୩. Cough Syrup
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ରାଜୀବ ସିଂହ ରଘୁବଂଶୀ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ବ୍ୟାଚରୁ ଔଷଧ ନମୁନା ବିଫଳ ହେବାର ଅର୍ଥ ନୁହେଁ ଯେ ସେହି ନାମରେ ବିକ୍ରି ହେଉଥିବା ସମସ୍ତ ଉତ୍ପାଦ ନିମ୍ନମାନର, କାରଣ କେବଳ ସେହି ନିର୍ଦ୍ଦିଷ୍ଟ ବ୍ୟାଚକୁ ନିମ୍ନମାନର ବୋଲି ବିବେଚନା କରାଯାଏ।

ଜନସାଧାରଣଙ୍କ ସୁରକ୍ଷା ପାଇଁ ସିଡିଆରଏର ପ୍ରତିଶ୍ରୁତିବଦ୍ଧତାର ଅଂଶ ସ୍ୱରୂପ ଏହି ନକଲି ଏବଂ ଏନଏସକ୍ୟୁ ଔଷଧକୁ ବ୍ୟାଚ୍ ଭିତ୍ତିରେ ପ୍ରତ୍ୟାହାର କରାଯାଇଛି। ଏଥିରେ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସରୁ ମେଟ୍ରୋନିଡାଜୋଲ ଟାବଲେଟ ଏବଂ ରେନ୍ବୋ ଲାଇଫ୍ ସାଇନ୍ସେସ୍ ପକ୍ଷରୁ ଡୋମ୍ପେରିଡୋନ୍ ଟାବଲେଟ୍ ରହିଛି।

କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା ଉତ୍ପାଦିତ ପାରାସିଟାମୋଲ ବଟିକାର ମଧ୍ୟ ଗୁଣବତ୍ତା ସମସ୍ୟା ରହିଥିବା ଅନୁସନ୍ଧାନରେ ପ୍ରକାଶ ପାଇଛି।

Comments are closed.