www.samajalive.in
Wednesday, December 10, 2025
14.1 C
Bhubaneswar

ନକଲି ବୋମା ଧମକକୁ ନେଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ କେନ୍ଦ୍ରର ଚେତାବନୀ

ଡ଼େସ୍କ: ଏୟାରଲାଇନ୍ସଗୁଡ଼ିକୁ ଦିଆଯାଇଥିବା ନକଲି ବୋମା ଧମକ ଜନଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ କହିଛନ୍ତି। ଏଭଳି ଭୁଲ ସୂଚନା ପ୍ରସାର ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ କହିଛି ଯେ ବୋମା ଧମକ ଯୋଗୁଁ ବିମାନ ଯାତ୍ରୀ ଏବଂ ସୁରକ୍ଷା ଏଜେନ୍ସି ପ୍ରଭାବିତ ହୋଇଛନ୍ତି, ଯାହା କି ଏୟାରଲାଇନ୍ସଗୁଡ଼ିକର ସ୍ୱାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଏଭଳି ମିଥ୍ୟା ବୋମା ଧମକ ବହୁ ସଂଖ୍ୟକ ନାଗରିକଙ୍କୁ ପ୍ରଭାବିତ କରିବା ସହ ଦେଶର ଅର୍ଥନୈତିକ ନିରାପତ୍ତାକୁ ମଧ୍ୟ ଅସ୍ଥିର କରିଛି। ଏହାବ୍ୟତୀତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ‘ଫରୱାର୍ଡିଂ/ରି-ସେୟାରିଂ/ରି-ସେୟାରିଂ/ରି-ଟୁଇଟ୍’ର ବିକଳ୍ପ ଉପଲବ୍ଧ ଥିବାରୁ ଏଭଳି ମିଥ୍ୟା ବୋମା ଧମକ ବ୍ୟାପିବା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି। ଏଭଳି ମିଥ୍ୟା ବୋମା ଧମକ ମୁଖ୍ୟତଃ ଭୁଲ ସୂଚନା, ଯାହା ଜନଶୃଙ୍ଖଳା, ବିମାନ ଚଳାଚଳ ଏବଂ ବିମାନ ଯାତ୍ରୀଙ୍କ ସୁରକ୍ଷାରେ ବ୍ୟାପକ ବାଧା ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

- Advertisement -

ମନ୍ତ୍ରଣାଳୟ ଦର୍ଶାଇଛି ଯେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଅଧୀନରେ ଜନଶୃଙ୍ଖଳା ଏବଂ ନିରାପତ୍ତାକୁ ପ୍ରଭାବିତ କରୁଥିବା ଭୁଲ ସୂଚନାକୁ ଦୂର କରିବା ପାଇଁ ପ୍ଲାଟଫର୍ମଗୁଡିକର ଯଥେଷ୍ଟ ତଦାରଖ କରିବାର ଦାୟିତ୍ୱ ରହିଛି। ସରକାରଙ୍କ ପକ୍ଷରୁ ଏଭଳି “ବେଆଇନ କିମ୍ବା ମିଥ୍ୟା” ସୂଚନା ପୋଷ୍ଟିଂ ଏବଂ ସେୟାରିଂ ବନ୍ଦ କରିବାକୁ ପ୍ଲାଟଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଯଦି ଉପଯୁକ୍ତ ତଦାରଖ ଦାୟିତ୍ୱ ପାଳନ କରାନଯାଏ, ତେବେ ପ୍ଲାଟଫର୍ମଗୁଡିକ ଆଇଟି ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତା ଅଧୀନରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories