www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ମୃତ୍ୟୁକୁ ଦେଲେ ଚ୍ୟାଲେଞ୍ଜ, ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବକ..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଏପରି ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଚିନ୍ତାରେ ପକାଇ ଦେଇଛି । ଜଣେ ଯୁବକ ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ଏଭଳି ଏକ ବିପଜ୍ଜନକ ଷ୍ଟଣ୍ଟ କରୁଛନ୍ତି, ଯାହାକୁ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଭିଡିଓଟି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

- Advertisement -

ଭାଇରାଲ୍‌ ଭିଡିଓରେ ଦେଖିପାରିବେ, ଜଣେ ଯୁବକ ଓ ତାଙ୍କର ଆଉ ଜଣେ ବନ୍ଧୁ ଟ୍ରେନ୍‌ର କବାଟ ନିକଟରେ ନଜର ଆସୁଛନ୍ତି । ଏହି ସମୟରେ ଯୁବକ ଜଣକ ମୃତ୍ୟୁକୁ ଚ୍ୟାଲେଞ୍ଜ ଦେବା ଭଳି କାମ କରିଛନ୍ତି । ଯୁବକ ଜଣକ ଗୋଟିଏ ଗୋଡ ଟ୍ରେନ୍‌ରେ ଓ ଅନ୍ୟ ଏକ ଗୋଡ ପ୍ଲାର୍ଟଫର୍ମରେ ରଖୁଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଟ୍ରେନ୍‌ ସହ ଘୋଷାଡ଼ି ହୋଇ ମଧ୍ୟ ଯାଉଛନ୍ତି । ମଝିରେ ମଝିରେ ନିଜ ପାଦକୁ ପ୍ଲାର୍ଟଫର୍ମରୁ ଉଠାଇ ଟ୍ରେନ୍‌ରେ ରଖୁଛନ୍ତି । ପୁଣି ଟ୍ରେନ୍‌ରୁ ପ୍ଲାର୍ଟଫର୍ମରେ ରଖୁଛନ୍ତି ।

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ

ଭିଡିଓ ଆରମ୍ଭ ହେବା ମାତ୍ରେ ଦେଖିପାରିବେ, ଯୁବକ ଜଣକ ଚପଲ ପିନ୍ଧି ଚଳନ୍ତା ଟ୍ରେନ୍‌ରେ କବାଟ ନିକଟରେ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରୁଛନ୍ତି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories