www.samajalive.in
Saturday, December 6, 2025
26.1 C
Bhubaneswar

ବରେହିପାଣିରେ ୧୭୪ମିମି ବର୍ଷା: ଆଉ ତିନିଦିନ ଶିମିଳିପାଳ ବନ୍ଦ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ ତିନିଦିନ ପାଇଁ ଅର୍ଥାତ୍ ଆଜିଠାରୁ୨୮ ତାରିଖ (ସୋମବାର) ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ପ୍ରବେଶକୁ ବନ୍ଦ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବରେହିପାଣିରେ ସର୍ବାଧିକ ୧୭୪.୪୯ ମିମି ବୃଷ୍ଟିପାତ ହୋଇଥିବା ବେଳେ ଉତ୍ତର ନଅଣାରେ ୧୩୭.୨୦ ମିମି, ଚହଲାରେ ୧୩୦ମିମି, କୁଳିପାଳରେ ୯୩.୨୮ମିମି, ଭଞ୍ଜବସାରେ ୬୭.୩୧ ମିମି, ପିଠାବଟା ଉତ୍ତରରେ ୫୧.୮୧ ମିମି, ଜେନାବିଲରେ ୪୮ମିମି, ଦକ୍ଷିଣ ନଅଣାରେ ୩୩.୬୦ ମିମି, ପିଠାବଟା ଦକ୍ଷିଣରେ ୩୩.୦୩ ମିମି, ଉପର ବାରାହାକାମୁଡାରେ ୩୧.୪୦ମିମି, କବାଟଘାଇରେ ୩୦.୨୨ ମିମି, ପୋଡାଡିହାରେ ୨୫.୪୦ ମିମି ବୃଷ୍ଟିପାତ ରେକର୍ଡ ହୋଇଛି। ଆଜି ମଧ୍ୟ ଦିନ ଯାକ ଶିମିଳିପାଳର ଏସବୁ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories