ସମାଜ ଡିଜିଟାଲ ଡେସ୍କ: ବର୍ଡର ଗାଭାସ୍କର ଟ୍ରଫି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ଦଳ। ଦଳରେ ନୂଆ ଚେହେରା ଭାବେ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି ନୀତିଶ କୁମାର ରେଡ୍ଡି ଓ ହର୍ଷିତ ରାଣା। ସେପଟେ ମହମ୍ମଦ ସାମି, ଅଲରାଉଣ୍ଡର ଅକ୍ଷର ପଟେଲ ଓ ସାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସୁଯୋଗ ମିଳିନାହିଁ। ଆହତ କାରଣରୁ କୁଳଦୀପ ଯାଦବ ବାଦ ପଡ଼ିଥିବା ବେଳେ ଫାଷ୍ଟ ବୋଲର କ୍ରିଷ୍ଣାଙ୍କୁ ସରପ୍ରାଇଜ୍ ଏଣ୍ଟ୍ରି ଦିଆଯାଇଛି। ତେବେ ଭାରତୀୟ ଦଳରେ ଥିବା ବୁମରା, ସିରାଜ ଓ ଆକାଶଦୀପଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ କ୍ରିକେଟ ଦଳ। ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆ ସହ ଭାରତ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିବ। ଦଳରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ ଯଶପ୍ରୀତ ବୁମରା ଉପଅଧିନାୟକ ରହିଛନ୍ତି।
Popular Categories



