www.samajalive.in
Saturday, December 6, 2025
14.1 C
Bhubaneswar

ପିଠାଖାଇ ଗଣବଳାତ୍କାର ଓ ଭିଡିଓ ପ୍ରଘଟ ଘଟଣା : ୩ ଅଟକ

ଭାପୁର : ପିଠାଖାଇ ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କୁ ହୋଇଥିବା ଗଣବଳାତ୍କାର ଓ ପରବର୍ତ୍ତୀ ସମୟରେ ଏହାର ଭିଡ଼ିଓ ଭାଇରାଲ ଘଟଣାରେ ପୁଲିସ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ଏହି ଘଟଣାରେ ପିଠାଖାଇ ଗ୍ରାମର ବୁଲୁ ଲେଙ୍କା, ଭାପୁର ଗ୍ରାମର କାହ୍ନା ପ୍ରଧାନ ଓ ସିତୁ ପାତ୍ରଙ୍କୁ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି। ଅକ୍ଟୋବର ୨୦ ତାରିଖ ସନ୍ଧ୍ୟାରେ ଫତେଗଡ଼ ଥାନା ଅନ୍ତର୍ଗତ ସଂପୃକ୍ତ ଯୁବତୀ ଜଣକ ନୟାଗଡ଼ ଅଞ୍ଚଳର ପୁରୁଷ ବନ୍ଧୁଙ୍କ ସହ ମିଶି ବାଇକ୍ ଯୋଗେ ରାମମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ଫେରିବା ବେଳେ ପିଠାଖାଇ ଜଙ୍ଗଲ ନିକଟ ରାସ୍ତା ଉପରେ ଉପରୋକ୍ତ ୩ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ଛୁରି ଦେଖାଇ ବଳପୂର୍ବକ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର କରିବା ସହ ମୋବାଇଲରେ ଭିଡିଓ କରିଥିଲେ। ଏଥିସହ ସେମାନଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇଯାଇଥିଲେ। କିଛି ଦିନ ପରେ ଯୁବକମାନେ ସେହି ଭିଡିଓ ଭାଇରାଲ କରିଥିଲେ। ଏନେଇ ଯୁବତୀ ଜଣକ ଫତେଗଡ଼ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି। ପୁଲିସ ପକ୍ଷରୁ ଯୁବତୀଙ୍କର ଡାକ୍ତରୀ ମାଇନା କରାଯିବା ସହ ତଦନ୍ତ ଚାଲିଥିବା ଥାନା ନିରୀକ୍ଷକ ପଞ୍ଚାନନ ପରିଡ଼ା ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories