ବାତ୍ୟା ‘ଦାନା’ ପ୍ରଭାବରେ ଦୁର୍ବଳ ହୋଇଛି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳ ଛପର ଘର

ନୀଳଗିରି: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ଗୋପୀନାଥପୁର ଶାସନସ୍ଥିତ ଚାଳ ଛପର ଘରଟି ବାତ୍ୟା ‘ଦାନା’ ପ୍ରଭାବରେ ଦୁର୍ବଳ ହୋଇ ପଡ଼ିଥିବା ଚର୍ଚ୍ଚା ହୋଇଛି । ବିଧାୟକ, କେନ୍ଦ୍ରମନ୍ତ୍ରୀ, ସାଂସଦ ପ୍ରଭୃତି ପବଦୀରେ ରହିଥିଲେ ମଧ୍ୟ ଶ୍ରୀ ଷଡ଼ଙ୍ଗୀ ଆଜି ପର୍ଯ୍ୟନ୍ତ ତାଙ୍କ ଚାଳ ଛପର ବଖରାକୁ ମରାମତି ବ୍ୟତୀତ ନୂତନ ଘର ତିଆରି କରିନାହାଁନ୍ତି । ଏହି ଘରେ ସେ ନିଜେ ଏବଂ ତାଙ୍କ ସମ୍ପର୍କୀୟମାନେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ଯିଏ ପକ୍କା ଘର ନିର୍ମାଣ କଥା ଉଠାନ୍ତି, ସେ ସ୍ମିତହସ ଦେଇ ମୁଁ ଠିକ୍‍ ତ ମୋ ଚାଳ ଘର ଠିକ୍‍ ବୋଲି ମନ୍ତବ୍ୟ ଦିଅନ୍ତି । ଏପରିକି ତାଙ୍କ ଅନୁଗତମାନେ ଏବାବଦରେ ବାରମ୍ବାର କହି ଆସୁଥିଲେ ହେଁ ପ୍ରତାପ ଉକ୍ତ କଥାକୁ ଦେହକୁ ନିଅନ୍ତିନାହିଁ ।

ନୀଳଗିରିରେ ଲଗାତର ବର୍ଷା ଯୋଗୁ ତାଙ୍କ ଚାଳଛପର ଘର ଏକପ୍ରକାର ଦୋହଲି ଯାଇଥିବା ବେଳେ ଚାଳ ଉପରେ ଖଞ୍ଜା ଯାଇଥିବା ପଲିଥିନକୁ ମଧ୍ୟ ପବନ ଉଡ଼ାଇ ନେଇଛି । ସମ୍ପ୍ରତି ଉକ୍ତ ଘରଟି ବିପଦସଂକୁଳ ଅବସ୍ଥାକୁ ଚାଲି ଯାଇଥିବା ନେଇ ସ୍ଥାନୀୟଲୋକେ ମତ ଦେଇଥିବା ବେଳେ ସାଂସଦ ପ୍ରତାପ ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି; ତାହା ଦେଖିବାକୁ ବାକି ରହିଛି ।

Comments are closed.