www.samajalive.in
Monday, December 15, 2025
14.1 C
Bhubaneswar

ବିଜେଡି ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀରେ ସହାୟତା

ଆଠଗଡ: ବାତ୍ୟା ମୁକାବିଲା ପାଇଁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ସମେତ ସମସ୍ତ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ବିଧାୟକଙ୍କ ବ୍ଲକ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡାଙ୍କ ନେତୃତ୍ବରେ ଦଳୀୟ ନେତା, ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ କର୍ମୀ ବ୍ଲକର ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯାଇ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସହାୟତା କରିବା ସହ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କିପରି କରାଯାଉଛି ତାହା ଅନୁଧ୍ୟାନ କରୁଛନ୍ତି । ବିଜେଡି ନେତାମାନେ ବିଡିଓଙ୍କ ସହ ଯୋଗାଯୋଗ ରକ୍ଷା କରି ସାଧାରଣ ଲୋକ ଏବଂ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେହି ଅନୁଯାୟୀ ସହଯୋଗ କରୁଛନ୍ତି । ଏପରିକି ବିଧାୟକଙ୍କ ପରାମର୍ଶ କ୍ରମେ ଦଳ ପକ୍ଷରୁ ବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସୁଖିଲା ଖାଦ୍ୟ ଯୋଗାଣ ପାଇଁ ବହୁ ପରିମାଣର ଚୁଡା, ଚିନି ଓ ବିସ୍କୁଟ ଆଦି ମହଜୁଦ ରଖାଯାଇଥିବା ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ସୂତ୍ରରୁ ପ୍ରକାଶ।  ମଧ୍ୟରାତ୍ରିରେ ସାମୁଦ୍ରିକ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଥିବାରୁ ଦଳୀୟ ନେତା ଓ କର୍ମୀ ସାରା ରାତି ସଜାଗ ରହିବା ଏବଂ ଆବଶ୍ୟକ ହେଲେ ଉଦ୍ଧାର ଓ ଥଇଥାନ କାର‌୍ୟ୍ୟରେ ପ୍ରଶାସନକୁ ସହାୟତା କରିବାକୁ ବିଧାୟକ ଶ୍ରୀ ସ୍ଵାଇଁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories