ଲଜିଟେକ୍ ଆଣିଲା ଓ୍ବେୟାରଲେସ୍ ମାଉସ, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଯଦି ଆପଣ ନୂଆ ଓ୍ବେୟାରଲେସ୍ ମାଉସ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଲଜିଟେକ୍ ଭାରତରେ ନିଜ ନୂଆ ଓ୍ବେୟାରଲେସ୍ ବ୍ଲୁଟୁଥ୍ ମାଉସ ଲଞ୍ଚ୍ କରିଦେଇଛି ଯାହାର ନାଁ ଲଜିଟେକ୍ ଏମ୧୯୬ । ଏହାର ଦାମ୍ ୧୧୨୫ ଟଙ୍କା ଏବଂ ଏହା ୩ଟି ରଙ୍ଗର ବିକଳ୍ପ ସହ ବଜାରକୁ ଆସିଛି । ଏଥିରେ ଗ୍ରାଫାଇଟ୍, ଅଫ୍-ହ୍ବାଇଟ୍ ଓ ରୋଜ୍ କଲର ସାମିଲ । ଗ୍ରାହକ ଏହାକୁ ଉଭୟ ଅନଲାଇନ୍ ଓ ଅଫଲାଇନରେ କିଣିପାରିବେ ।

ଏହି ଓ୍ବେୟାରଲେସ୍ ମାଉସ ବିନା ବିଳମ୍ବରେ ତୁରନ୍ତ ବ୍ଲୁଟୁଥ୍ ସପୋର୍ଟ କରୁଥିବା କମ୍ପ୍ୟୁଟର ସହିତ କନେକ୍ଟ ହୋଇଯିବ । କମ୍ପ୍ୟୁଟରଠୁ ୧୦ ମିଟର ଦୂରରୁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ଉପଭୋକ୍ତା । ଏଥିରେ ସିଙ୍ଗଲ ଏଏ ବ୍ୟାଟେରୀ ବ୍ୟବହାର କରାଯିବ ଯାହା ୧୨ ମାସ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ପ୍ରଦାନ କରିବ । ବିନା ବ୍ୟାଟେରୀରେ ଏହାର ଓଜନ ୭୬ ଗ୍ରାମ ।

Comments are closed.