ଘର ବାହାରେ ଖେଳୁଥିଲା ୫ ବର୍ଷର ଶିଶୁ; ଖିନ୍‌ଭିନ୍‌ କରି ମାରିଲା ସିଂହୀ..

ଗୁଜରାଟ : ଗୁଜରାଟର ଅମରେଲୀ ଜିଲାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ସିଂହୀ ଜଣେ ଚାଷୀଙ୍କ ୫ ବର୍ଷର ଶିଶୁକୁ ଖିନିଭିନ୍‌ କରି ମାରି ଦେଇଛି।
ବନ ଅଧିକାରୀ ମଙ୍ଗଳବାର କହିଛନ୍ତି, ଶିଶୁ ଜଣକ ଜଫରାବାଦ ଅଞ୍ଚଳରେ ନବୀ ଜିକାଦରୀ ଗାଁରେ ନିଜ ଘର ବାହାରେ ଖେଳୁଥିବା ସମୟରେ ସିଂହୀ ଆକ୍ରମଣ କରିଥିଲା । ଶିଶୁକୁ ମାରିବା ପରେ ଜଙ୍ଗଲ ଆଡକୁ ନେଇ ପଳାଇଥିଲା । ଅନେକ ଖୋଜାଖୋଜି କରିବା ପରେ ବନ ବିଭାଗକୁ ଶିଶୁର ମୃତଦେହ ମିଳିଥିଲା । ଏବେ ବନ ବିଭାଗ ସିଂହୀକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ ଗୁଜରାଟ ହେଉଛି ଏସିଆଟିକ୍ ସିଂହର ଏକମାତ୍ର ବାସସ୍ଥାନ। ଜଙ୍ଗଲ ବିଭାଗ ଦ୍ୱାରା କରାଯାଇଥିବା ଶେଷ ଗଣନା ଅନୁଯାୟୀ,ଏମାନଙ୍କର ସଂଖ୍ୟା ୧୯୯୦ରେ ୨୮୪ ରୁ ୨୦୨୦ରେ ୬୭୪କୁ ବୃଦ୍ଧି ପାଇଛି । ବନ ବିଭାଗ କହିଛି ପ୍ରାୟ ଅଧା ବାଘ ସଂରକ୍ଷିତ ଅଞ୍ଚଳ ବାହାରେ (ନଅଟି ଜିଲ୍ଲା ଏବଂ ୧୩ ଟି ଜଙ୍ଗଲ ପ୍ରଶାସନିକ ବିଭାଗରେ) ବିସ୍ତାର ହୋଇଛି ଏବଂ ଏହାର ବଣ୍ଟନ କ୍ଷେତ୍ର ୨୦୧୫ରେ ୨୨,୦୦୦ ବର୍ଗ କିଲୋମିଟରରୁ ୨୦୨୦ରେ ୩୦,୦୦୦ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି।

ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ, ଏବେ ମାଗିଲେ କ୍ଷମା, କହିଲେ ଭୁଲ୍‌ ହୋଇଗଲା..

ଦେଖନ୍ତୁ ଭିଡିଓ; ରାସ୍ତାରେ ଗାଡି ଯାତାୟତ ବେଳେ ହଠାତ୍‌ ଆସିଗଲା ବିଶାଳକାୟ ଅଜଗର..

Comments are closed.