www.samajalive.in
Monday, December 8, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ; ରାସ୍ତାରେ ଗାଡି ଯାତାୟତ ବେଳେ ହଠାତ୍‌ ଆସିଗଲା ବିଶାଳକାୟ ଅଜଗର..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏହାସହ ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥାଏ । ଭିଡିଓରେ ଏକ ବିରାଟକାୟ ଅଜଗର ସାପ ରାସ୍ତା ଅତିକ୍ରମ କରୁଥିବା ଦେଖାଯାଉଛି । ଭିଡିଓଟି ଡେରାଡୁନ୍‌ର ବୋଲି ଜଣାପଡିଛି । ଭିଡିଓଟିକୁ ଦେଖି ଲୋକେ ଭୟଭୀତ ମଧ୍ୟ ହୋଇଛନ୍ତି । ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଡେରାଡୁନ୍‌ର ନଦୀର ଏକ ପୋଲ ଉପରେ ରାତିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କେହି କେବେ ଚିନ୍ତା ମଧ୍ୟ କରି ନଥିବେ । ରାସ୍ତାରେ ଦ୍ରୁତ ଗତିରେ ଗାଡି ଗୁଡିକ ଯାତାୟତ କରୁଥିଲା।

ମଙ୍ଗଳ-ଶନିଙ୍କ ବିଶେଷ ଯୋଗ; ଏହି ୪ ରାଶି ହେବେ ଭାଗ୍ୟଶାଳୀ, ଦୂର ହେବ ସମସ୍ୟା, ଭର୍ତ୍ତି ହେବ ଆଲମିରା..

- Advertisement -

ଏହି ସମୟରେ ଏକ ବିଶାଳକାୟ ଅଜଗର ସାପ ରାସ୍ତା ପାର୍‌ କରିବା ଦେଖାଯାଇଥିଲା । ରାସ୍ତାରେ ସାପକୁ ଦେଖି ଲୋକେ ଗାଡି ବନ୍ଦ କରି ଠିଆ ହୋଇ ରହିଯାଇଥିଲେ । ଏହି ସମୟରେ ଅଜଗର ସାପଟି ଧିରେ ଧିରେ ରାସ୍ତା ପାର୍‌ କରିଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ଶାନ୍ତ ହୋଇ ଅଜଗର ରାସ୍ତା ପାର୍‌ କରି ଯିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । କିଛି ଲୋକେ ମୋବାଇଲ୍‌ରେ ସାପର ଭିଡିଓ ରେକର୍ଡ କରିଛନ୍ତି । ଭିଡିଓଟି ଏବେ ଖୁବ୍‌ ଭାଇରାଲ୍‌ ହେବା ସହ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି । ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories