www.samajalive.in
Saturday, December 6, 2025
16.1 C
Bhubaneswar

ଅନଶନରୁ ଓହରିଲେ ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର

କଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆମରଣ ଅନଶନରୁ ସୋମବାର ଓହରିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କନିଷ୍ଠ ଡାକ୍ତର ସଂଘ କର୍ମକର୍ତ୍ତା ଆଲୋଚନା କରିବା ପରେ ଅନଶନ ଶେଷ ହୋଇଛି। ଡାକ୍ତରମାନେ କର୍ମକ୍ଷେତ୍ରରେ ଉତ୍ତମ ପରିବେଶ ସହିତ ଡାକ୍ତରଖାନାରେ ଭିତ୍ତିଭୂମି ବିକାଶ ଭଳି ୧୦ଟି ଦାବି କରିଥିଲେ। ରାଜ୍ୟ ସଚିବାଳୟରେ ହୋଇଥିବା ଆଲୋଚନା ଅନୁଯାୟୀ ଦାବି ପୂରଣ ଦିଗରେ ବିଚାର ଲାଗି ସରକାରଙ୍କ ପକ୍ଷରୁ ଏକ ଟାକ୍ସଫୋର୍ସ ଗଠନ କରାଯିବ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଅକ୍ଟୋବର ୫ରୁ ଡାକ୍ତରମାନେ ଚଳାଇଥିବା ଅନଶନରୁ ଓହରିଛନ୍ତି। ଡାକ୍ତରମାନେ ଆମରଣ ଅନଶନରୁ ଓହରିଥିବାବେଳେ ଅନ୍ୟ ମାଧ୍ୟମରେ ସେମାନଙ୍କର ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories