www.samajalive.in
Saturday, December 6, 2025
23.1 C
Bhubaneswar

ଆଠଗଡ ବିଜେଡିର ଧାଇପୁର ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

ଆଠଗଡ: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ନମ୍ବର ଜୋନର ଧାଇପୁର ପଞ୍ଚାୟତରେ ଶନିବାର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଏହି ପଦଯାତ୍ରା ଜାରି ରହିଛି। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଏହି ପଦଯାତ୍ରାର ନେତୃତ୍ବ ନେଇ ନିଜ ବକ୍ତବ୍ଯରେ ସମସ୍ତେ ଗାନ୍ଧୀଜୀଙ୍କ ବିଚାର ଧାରା, ଗଣତନ୍ତ୍ରର ମହତ୍ଵ ଏବଂ ଭାଇଚାରାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ନିମନ୍ତେ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ଆହ୍ବାନ ଜଣାଇଥିଲେ। ପଦଯାତ୍ରା ସମୟରେ ଧାଇପୁର ଓ ଅନ୍ୟାନ୍ୟ ଗ୍ରାମର ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ପଥପ୍ରାନ୍ତ ସଭାରେ ଦଳର ନେତୃବୃନ୍ଦ ଉଦବୋଧନ ଦେଇ ସାଧାରଣ ଲୋକଙ୍କୁ ବିଜେଡି ଶାସନ ଓ ବର୍ତ୍ତମାନର ବିଜେପି ସରକାରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ବିଗତ ୨୪ ବର୍ଷରେ ବିଜେଡି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡିକୁ କିଭଳି ଭାବରେ ରାଜ୍ୟର ବିଜେପି ସରକାର କେବଳ ନାମ ପରିବର୍ତ୍ତନ କରି ବାହାବାଃ ନେବା ପାଇଁ ଉଦ୍ୟମ କରୁଛନ୍ତି ଏବଂ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ବିଜେପି ସରକାରର ମାତ୍ର ୧୦୦ ଦିନ ମଧ୍ୟରେ ସବୁ ନିତ୍ୟ ବ୍ୟବହାର ଯୋଗ୍ୟ ସାମଗ୍ରୀର ବଜାର ଦର ଆକାଶଛୁଆଁ ହୋଇଥିବାରୁ ରାଜ୍ୟବାସୀ ଅତିଷ୍ଠ ହୋଇଗଲେଣି। କେବଳ ଭାଷଣବାଜିରେ ବ୍ୟସ୍ତ ଏହି ବିଜେପି ସରକାର ଲୋକଙ୍କ ସ୍ଵାର୍ଥକୁ ଉପେକ୍ଷା କରି ରତ୍ନଗର୍ଭା ଓଡିଶାର ଖଣିଖାଦାନକୁ ଲୁଟ ପାଇଁ ଚକ୍ରାନ୍ତ ଚଳାଇଛନ୍ତି ବୋଲି ବିଜେଡି ନେତା ଅଭିଯୋଗ କରିଥିଲେ । ଏଭଳି ଜନ ବିରୋଧୀ ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ଓ ଓଡିଶାର ଜନବିରୋଧି ଏହି ସରକାରକୁ ହଟାଇବା ଆମର ଲକ୍ଷ୍ୟ ହେବ ବୋଲି ସ୍ଥାନୀୟ ବିଜେପି ନେତୃବୃନ୍ଦ ପ୍ରକାଶ କରିଥିଲେ।
ବ୍ଲକ ବିଜେଡି ସଭାପତି ଶ୍ରୀ ରାଉତଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରାରେ ୩ ନ॰ ଜୋନର ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସମବାୟବିତ ଲଳିତେନ୍ଦୁ ସେନାପତି, ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ଆଠଗଡ ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଧାଇପୁର ବିଜେଡି ସଭାପତି ଉଦ୍ଧବ ଚନ୍ଦ୍ର ସାହୁ, ସମିତିସଭ୍ୟା ସୋନାଲି ଗୋଛାୟତ, ନାରୀନେତ୍ରୀ ବାସନ୍ତୀ ରାଉଳ, ଯୁବନେତା ଶଶଧର ସାହୁ, ଧନେଶ୍ୱର ବେହେରାଙ୍କ ସମେତ ୩ ନମ୍ବର ଜୋନ ଅଧିନ ୧୨ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା, ଦଳର ସଭାପତି, ଯୁବ, ଛାତ୍ର, ମହିଳା ସଭାପତିମାନେ ଯୋଗଦେଇଥିଲେ। ଏହି ପଦଯାତ୍ରାଟି ସୋମନାଥପୁର ଶନି ମନ୍ଦିର ଠାରୁ ଆରମ୍ଭ ହୋଇ ଧାଇପୁର ମଙ୍ଗଳା ମନ୍ଦିର ଠାରେ ଶେଷ ହୋଇଥିଲା । ପଦଯାତ୍ରାରେ ଶତାଧିକ ବିଜେଡି କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories