www.samajalive.in
Saturday, December 6, 2025
26.1 C
Bhubaneswar

ବଟେଶ୍ୱର ପୀଠରେ ବାଲି ଯାତ୍ରା ପାଇଁ ପ୍ରସ୍ତୁତ ବୈଠକ

ଗଂଜାମ: ଗଂଜାମ ବ୍ଲକ୍ ଅନ୍ତର୍ଗତ କଣ୍ଟିଆ ଗଡ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର୍ ମନ୍ଦିରରେ କାର୍ତିକ ପୁର୍ଣିମାରେ ବାଲି ଯାତ୍ରା ଓକାର୍ତିକ ମାସ ସୋମବାର ଗୁଡିକରେ ଭକ୍ତ ପ୍ରବଳ ଭିଡ଼ ଦୃଷ୍ଟି ରୁ ପାଇଁ ଶନିବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗଂଜାମ ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ତହସିଲ ଦାର କୁଞ୍ଜ ବିହାରୀ ବଡ଼ ଜେନା, ହୁମା ଫାଣ୍ଡି ଏସ ଆଇ, ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉପ ସଭାପତି ଶବର ତରାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମ୍ପାଦକ ରଞ୍ଜିତ କୁମାର ପଲାଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପୂର୍ବତନ ସରପଞ୍ଚ  ତଥା କମିଟି ଉପଦେଷ୍ଟା ଦିଲୀପ ଛୋଟରାୟ, ଯାତ୍ରାର ଆଭିମୁଖ୍ୟ ଓ ସମସ୍ୟା ସମ୍ପର୍କରେ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିଥି ମାନେ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ହୋଇପାରିବ ସେ ଉପରେ ସୁଚିନ୍ତିତ ନିଜର ମତାମତ ଦେଇଥିଲେ। ମୁଖ୍ୟତଃ ଭାବେ ଟ୍ରାଫିକ ବ୍ୟବସ୍ଥା ଠିକକରିବା,ସମୁଦ୍ର କୂଳରେ ଫାଇର ବିଭାଗ କର୍ମଚାରୀ ରହିବା, ଶୃଙ୍ଖଳିତ ଭାବେ ଭକ୍ତଙ୍କ ଠାକୁର ଦର୍ଶନ, ତଥା ଅନ୍ୟାନ ସମସ୍ୟା ପ୍ରତି ଦୃଷ୍ଟି ସହ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଅଧିକାରୀ ମାନେ ମତ ଦେଇଥିଲେ। କୋଷାଧକ୍ଷ ନିରାକାର ଜେନା ପବିତ୍ର ସ୍ୱାଇଁ, ଧର୍ମରାଜ ସ୍ୱାଇଁ, ପୀତବାସ ବେହେରା ବୃନ୍ଦାବନ ପ୍ରଧାନ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ତ୍ରିନାଥ ରେଡି, ଯୁଧିଷ୍ଠିର ଏଲିଗା, ଟିକି, ଶିବ ରାମ ପଲାଇ, ସଞ୍ଜୟ ତରାଇ, କିଶୋର ପ୍ରଧାନ, ରବୀନ୍ଦ୍ର ପଲେଇ, ଆର କୃଷ୍ଣ ଚନ୍ଦ୍ର ରେଡି, ଶିବରାମ ରେଡି, ଭୀମ ସାହୁ, ପ୍ରଦୀପ ଜେନାଙ୍କ ସମେତ ପ୍ରମୁଖ ସମେତ ଏଥିରେ  ଛଅ ଖଣ୍ଡ ଗ୍ରାମବାସୀ ତଥା କଣ୍ଟିଆଗଡ, ନିଲାଦ୍ରିପୁର, ଖଟୁଆ କୁଦା, ପୋଡମ ପେଟା, ମୟୂର ପଦା, ଗୋଖର କୁଦା ଗ୍ରାମବାସୀ ମାନେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories