www.samajalive.in
Saturday, December 6, 2025
19.1 C
Bhubaneswar

ଜଡ଼ିବୁଟିରୁ ପ୍ରସ୍ତୁତ ମଧୁମେହ ଔଷଧକୁ ପେଟେଣ୍ଟ

 ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ତରଫରୁ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ଏକ ମିଶ୍ରଣରୁ ପ୍ରସ୍ତୁତ ମଧୁମେହ ଔଷଧର ପେଟେଣ୍ଟ କରାଯାଇଛି। ଏହା ସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ ଫାଇଲେରିଆ ରୋଗ ପାଇଁ ଔଷଧ ତିଆରି କରାଯାଇଥିବାବେଳେ କର୍କଟ ପରି ଦୁରାରୋଗର ଚିକିତ୍ସା ପାଇଁ ଗବେଷଣା ଜାରି ରହିଥିବା ସୂଚନା ହସ୍ତଗତ ହୋଇଛି।

ସୂଚନାଯୋଗ୍ୟ ଯେ ବିଶ୍ବ ବ୍ୟାଙ୍କ ତରଫରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଦୁଇଟି ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଗଠନ ଏବଂ ଗବେଷଣା ପାଇଁ ୨୦୧୮ ମସିହାରେ ୨୭ କୋଟି ୭୦ ଲକ୍ଷ ଟଙ୍କାର ରାଶି ତତ୍କାଳୀନ କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କ ସମୟରେ ଅନୁମୋଦିତ ହୋଇଥିଲା। ଆଞ୍ଚଳିକ ବିକାଶ ଏବଂ ପଶ୍ଚିମ ଓଡ଼ିଶାର ଟ୍ରାଇବାଲ ଷ୍ଟଡିଜ୍‌ ଓ ଦ୍ୱିତୀୟଟି ମେଡ଼ିସିନାଲ ପ୍ଲାଣ୍ଟ ଏବଂ ଥେରାପ୍ୟୁଟିକ ଦୁଇଟି ପ୍ରକଳ୍ପ ଉକ୍ତ ରାଶିରେ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ପୁରାତନ କାଳରୁ ଚିରାଚରିତ ପ୍ରଥାରେ ଲୋକେ ଔଷଧୀୟ ବୃକ୍ଷ ମାନଙ୍କର ଚେରମୂଳିକୁ ଔଷଧ ଭାବରେ ବ୍ୟବହାର କରି ଉପକୃତ ହେଉଥିବାକୁ ନେଇ ଅଧ୍ୟୟନ ଆରମ୍ଭ ହୋଇଥିଲା। ଏହାକୁ ଆଧାର କରି ବିଭିନ୍ନ ସ୍ଥାନ ତଥା ଗନ୍ଧମାର୍ଦ୍ଦନ ଜଙ୍ଗଲରେ ରହିଥିବା ଔଷଧୀୟ ବୃକ୍ଷ ମାନଙ୍କୁ ପ୍ରଥମେ ଚିହ୍ନଟ କରାଯିବା ପ୍ରକ୍ରିୟା ଏବଂ ତାକୁ ସଂଗ୍ରହ କରାଯାଇ ସେଥିମଧ୍ୟରୁ ଔଷଧୀୟ ଅଂଶକୁ କଢ଼ାଯାଇ ଲୋକଙ୍କ ଉପରେ ଉପଯୋଗରେ ଅଣାଯିବା ପ୍ରକ୍ରିୟା ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋ ଟେକ୍ନୋଲୋଜି ଏବଂ ବାୟୋ ଇନଫରମେଟିକ୍ସ ବିଭାଗରେ ଗବେଷଣା ଜାରି ରହିଛି। ତେବେ ମଧୁମେହ ଏବଂ ଫାଇଲେରିଆ ରୋଗର ଚିକିତ୍ସା ପାଇଁ ଔଷଧ ତିଆରି କରିବାରେ ବିଭାଗ ସଫଳ ହୋଇଥିବାବେଳେ କର୍କଟରୋଗ ନିର୍ମୂଳ କରାଯିବା ପାଇଁ ଗବେଷଣା ଜାରି ରହିଥିବା ସେଣ୍ଟର ଅଫ୍‌ ଏକ୍ସିଲେନ୍ସିର ସଂଯୋଜକ ପ୍ରଫେସର ପ୍ରଦୀପ ନାୟକ ସୂଚନା ଦେଇଛନ୍ତି। ଏପରିକି ଲାବୋରାଟୋରୀ ମଧ୍ୟରେ ଏକ ମୂଷା ଉପରେ ପ୍ରଥମେ ଏହି କର୍କଟରୋଗ ପାଇଁ ଉଦ୍ଭାବନ ହୋଇଥିବା ଔଷଧର ପରୀକ୍ଷଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଗନ୍ଧମାର୍ଦ୍ଦନରେ ରହିଥିବା ଔଷଧୀୟ ବୃକ୍ଷମାନଙ୍କୁ ସ୍ଥାନୀୟ ଅଧିବାସୀ ତଥା କବିରାଜ ମାନଙ୍କ ଜ୍ଞାନକୁ ଆଧାର କରି ସେହି ବୃକ୍ଷ ମାନଙ୍କର ନମୁନା ମାନ ସଂଗ୍ରହ କରି ମଧୁମେହ ରୋଗ ପାଇଁ ଔଷଧ ଉଦ୍ଭାବନ କରାଯାଇଛି। ଗନ୍ଧମାର୍ଦ୍ଦନ ପର୍ବତର ବିଭିନ୍ନ ଔଷଧୀୟ ବୃକ୍ଷର ନମୁନାକୁ ମିଶ୍ରଣ କରାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଥିଲା। ପ୍ରଥମେ ଏହି ଔଷଧକୁ ପଶୁଠାରେ ବ୍ୟବହାର କରି ସକାରାତ୍ମକ ଫଳାଫଳ ମିଳି ପାରିଥିବା ଏବଂ ଏହାକୁ ପେଟେଣ୍ଟ କରାଯିବା ପାଇଁ ସରକାରଙ୍କ ଠାରୁ ଅନୁମତି ମଗାଯାଇ ତାହା ପେଟେଣ୍ଟ ମଧ୍ୟ ହୋଇ ଯାଇଥିବା ସୂଚନା ଦେଇଛନ୍ତି ସଂଯୋଜକ ପ୍ରଫେସର ପ୍ରଦୀପ କୁମାର ନାୟକ। ତେବେ ଅନେକ ମଧୁମେହ ରୋଗୀ ଏହି ଔଷଧକୁ ନେଇ ସେବନ ମଧ୍ୟ କରିଥିବା ସୂଚନା ହସ୍ତଗତ ହୋଇଛି। ପଲି ହର୍ବାଲ ଔଷଧରେ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ଏକ ମିଶ୍ରଣରୁ ଏହି ମଧୁମେହ ଔଷଧ ପ୍ରସ୍ତୁତ କରାଯାଇଛି। ବିଟା ସେଲ ରିଜେନେରେଟ କରିବା ସହିତ ଇନ୍‌ସୁଲିନ ସିକ୍ରେସନକୁ ସାଧାରଣ ପ୍ରକ୍ରିୟାକୁ ନେଇ ଆସିବା କ୍ଷମତା ଏହି ମଧୁମେହ ଔଷଧ କ୍ଷମତା ରଖିଥିବା ସୂଚନା ଦେଇଛନ୍ତି ପ୍ରଫେସର ନାୟକ। ସେପଟେ ପୁଣି କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଥମେ ପଶୁ ବା ମୂଷା ଉପରେ ଏହାର ପରୀକ୍ଷଣ ବ୍ୟବସ୍ଥା ଚାଲିଥିବା ବେଳେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା ସୂଚନା ମଧ୍ୟ ହସ୍ତଗତ ହୋଇଛି। ଆଗକୁ କର୍କଟ ରୋଗୀଙ୍କ ଚିକିତ୍ସା ମଧ୍ୟ ଉପଲବ୍ଧ ହୋଇପାରିବ। ଏହାର ଅନୁମତି ପାଇଁ ଆୟୁଷ ମନ୍ତ୍ରାଳୟକୁ ମଗାଯାଇ ଥିବା ସୂଚନା ଦେବା ସହିତ ଆଗାମୀ ଦୁଇମାସ ମଧ୍ୟରେ ଏହି କର୍କଟ ପାଇଁ ଔଷଧ ପାଇଁ ଚୂଡ଼ାନ୍ତ ରହିଥିବା ସୂଚନା ଦେଇଥିଲେ। ଏହା ସହିତ ଗନ୍ଧମାର୍ଦ୍ଦନରୁ ବିଲୁପ୍ତ ପ୍ରାୟ ଔଷଧୀୟ ଉଦ୍ଭିଦ ମାନଙ୍କୁ ଟିସୁ ସଂସ୍କୃତି ମାଧ୍ୟମରେ ବିଭାଗର ସବୁଜ ଘରେ ବିକଶିତ କରାଯାଉଛି। ଏହି କେନ୍ଦ୍ରରେ ୯ ଜଣ ମୁଖ୍ୟ ଅନୁସନ୍ଧାନକାରୀ, ୩୦ ଜଣ ଅନୁସନ୍ଧାନକାରୀ ଏବଂ ୪୦ ଜଣ ସ୍ନାତକ ଛାତ୍ର କାର୍ଯ୍ୟ କରୁଛନ୍ତି।

- Advertisement -

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories